ବାର୍‌ହାକୁ ଧକ୍କା ଦେଇ ଓଲଟି ପଡ଼ିଲା କାର୍‌: ଶାଶୂ,ଶ୍ୱଶୁର ଓ ବୋହୂ ମୃତ, ୩ ଗୁରୁତର

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କମଗରା ନିକଟରେ ବାର୍‌ହାକୁ ଧକ୍କା ଦେଇ କାର୍‌ଟିଏ ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ବୃଦ୍ଧ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ବୋହୂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଏବଂ ଦୁଇ ନାତିନାତୁଣୀ (୫ ବର୍ଷର ନାତି, ୯ ବର୍ଷର ନାତୁଣୀ) ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଏମାନେ […]

car1

Tapaswini Nayak
  • Published: Saturday, 11 May 2019
  • , Updated: 11 May 2019, 11:28 AM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କମଗରା ନିକଟରେ ବାର୍‌ହାକୁ ଧକ୍କା ଦେଇ କାର୍‌ଟିଏ ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ବୃଦ୍ଧ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ବୋହୂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଏବଂ ଦୁଇ ନାତିନାତୁଣୀ (୫ ବର୍ଷର ନାତି, ୯ ବର୍ଷର ନାତୁଣୀ) ଗୁରୁତର ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଏମାନେ ସମସ୍ତେ ରାଉରକେଲାରୁ ଭୁବନେଶ୍ୱର ଯାଉଥିଲେ। ତେବେ କାମାକ୍ଷାନଗର-ଢେଙ୍କାନାଳ ରାସ୍ତାର କମଗରା ନିକଟରେ କାର୍‌ଟି ଗୋଟିଏ ବାର୍‌ହାକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଶ୍ୱଶୁର-ବୋହୂଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିଲା।

Related story