ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ଭୁବନେଶ୍ୱରରେ ଇଣ୍ଡିଆନ ସ୍କିଲ ପ୍ରତିଯୋଗିତା-୨୦୨୧ର ବିଜେତାମାନଙ୍କୁ ପୁରସ୍କୃତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଗୋଲଡ୍ ମେଡାଲ ବିଜୟୀଙ୍କୁ ୧କୋଟି ଟଙ୍କା, ରୌପ୍ୟ ବିଜେତାଙ୍କୁ ୫୦ଲକ୍ଷ ଓ ବ୍ରୋଞ୍ଜ ବିଜେତାଙ୍କୁ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରାଜ୍ୟ […]

Nabeen

Ordigital Desk
  • Published: Saturday, 07 May 2022
  • , Updated: 07 May 2022, 09:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ଭୁବନେଶ୍ୱରରେ ଇଣ୍ଡିଆନ ସ୍କିଲ ପ୍ରତିଯୋଗିତା-୨୦୨୧ର ବିଜେତାମାନଙ୍କୁ ପୁରସ୍କୃତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି, ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଗୋଲଡ୍ ମେଡାଲ ବିଜୟୀଙ୍କୁ ୧କୋଟି ଟଙ୍କା, ରୌପ୍ୟ ବିଜେତାଙ୍କୁ ୫୦ଲକ୍ଷ ଓ ବ୍ରୋଞ୍ଜ ବିଜେତାଙ୍କୁ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ । ଓଡ଼ିଶାର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ୫୯ଟି ମେଡାଲ ବିଜୟୀ ହୋଇଛନ୍ତି । ଏହି ପ୍ରତିଯୋଗିତା ୨୦୨୨ ଜାନୁୟାରୀ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ ପ୍ରସ୍ତୁତିରେ ସନ୍ତୋଷ ଓଝା, ପେଣ୍ଟିଂରେ ସୋନା ବେହେରା, ରୋବୋଟିକ୍ ସିଷ୍ଟମରେ ସ୍ୱାତୀ କୁମାରୀ ଓ ନୌସିନ ନିଗର ଗୋଲଡ୍ ମେଡାଲ ବିଜୟୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାଙ୍କର ପିତାମାତା, କୋଚ୍ ଓ ଅନୁଷ୍ଠାନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଜାତୀୟ ଦକ୍ଷତା ବିକାଶ ନିଗମ ସହାୟତାରେ ଏହା ସମ୍ଭବପର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related story