କାଷ୍ଟିଂ କାଉଚ ମାମଲା: ସୁବ୍ରତ ନାୟକ ଓ ଚଣ୍ଡି ପରିଜାଙ୍କୁ ଅନ୍ତରୀଣ ସୁରକ୍ଷା

କଟକ: ଅଭିନେତ୍ରୀ ଶର୍ମିଷ୍ଠା କାଷ୍ଟିଂ କାଉଚ ମାମଲାର ଅଭିଯୁକ୍ତ ପ୍ରଯୋଜକ ସୁବ୍ରତ ନାୟକ ଓ ନିର୍ଦ୍ଦେଶକ ଚଣ୍ଡି ପରିଜାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଉଭୟଙ୍କୁ ଏହି ମାମଲାରେ ଗିରଫ କରାଯାଇପାରିବ ନାହିଁ ବୋଲି ଆଜି ହାଇକୋର୍ଟ କହିଛନ୍ତି। ଉଭୟଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ଉଭୟଙ୍କୁ ଏହି ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ସୁବ୍ରତଙ୍କ ମାମଲା ଅଗଷ୍ଟ ୧୮ ତାରିଖକୁ ଧାର୍ଯ୍ୟ ହୋଇଥିବା ବେଳେ ଚଣ୍ଡି ପରିଜାଙ୍କ ମାମଲାର ଶୁଣାଣି […]

highcourt

Rakesh Mallick
  • Published: Monday, 25 July 2016
  • , Updated: 25 July 2016, 05:55 PM IST

କଟକ: ଅଭିନେତ୍ରୀ ଶର୍ମିଷ୍ଠା କାଷ୍ଟିଂ କାଉଚ ମାମଲାର ଅଭିଯୁକ୍ତ ପ୍ରଯୋଜକ ସୁବ୍ରତ ନାୟକ ଓ ନିର୍ଦ୍ଦେଶକ ଚଣ୍ଡି ପରିଜାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଉଭୟଙ୍କୁ ଏହି ମାମଲାରେ ଗିରଫ କରାଯାଇପାରିବ ନାହିଁ ବୋଲି ଆଜି ହାଇକୋର୍ଟ କହିଛନ୍ତି। ଉଭୟଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ଉଭୟଙ୍କୁ ଏହି ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ସୁବ୍ରତଙ୍କ ମାମଲା ଅଗଷ୍ଟ ୧୮ ତାରିଖକୁ ଧାର୍ଯ୍ୟ ହୋଇଥିବା ବେଳେ ଚଣ୍ଡି ପରିଜାଙ୍କ ମାମଲାର ଶୁଣାଣି ଆସନ୍ତା ସପ୍ତାହକୁ ଧାର୍ଯ୍ୟ ହୋଇଛି।

Related story