ସିବିଆଇ କାର୍ଯ୍ୟାଳୟରେ ଏସ୍‌ଆଇଟି ଅତିରିକ୍ତ ନିର୍ଦ୍ଦେଶକଙ୍କ ବୈଠକ; ଚିଟ୍‌ଫଣ୍ଡ୍‌ ତଦନ୍ତ ଜୋର ଧରିବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ଚିଟ୍‌ଫଣ୍ଡ ନେଇ ସିବିଆଇ କରୁଥିବା ତଦନ୍ତ ପୁଣି ଜୋରଦାର ହୋଇପାରେ ବୋଲି ଆଶା କରାଯାଉଛି। କାରଣ ଆଜି ସିବିଆଇର ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଆସି ଭୁବନେଶ୍ୱରରେ ଏକ ବୈଠକ କରିଛନ୍ତି। ଚିଟ୍‌ଫଣ୍ଡ୍‌ ଠକେଇର ତଦନ୍ତ କରୁଥିବା ଏସ୍‌ଆଇଟିର ଅତିରିକ୍ତ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଅଧ୍ୟକ୍ଷତାରେ ସିବିଆଇ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଏସ୍‌ଆଇଟିର ଦୁଇ ଜଣ ଯୁଗ୍ମ ନିର୍ଦ୍ଦେଶକ, ବିଭିନ୍ନ ଜୋନ୍‌ର ଏସ୍‌ପି ଓ ୨୫ ତଦନ୍ତକାରୀ ଅଫିସର ସାମିଲ ହୋଇଥିଲେ। ଓଡ଼ିଶା, ଆସାମ ଓ ପଶ୍ଚିମବଙ୍ଗରେ […]

cbi-office

Rakesh Mallick
  • Published: Thursday, 19 May 2016
  • , Updated: 19 May 2016, 02:38 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ ନେଇ ସିବିଆଇ କରୁଥିବା ତଦନ୍ତ ପୁଣି ଜୋରଦାର ହୋଇପାରେ ବୋଲି ଆଶା କରାଯାଉଛି। କାରଣ ଆଜି ସିବିଆଇର ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଆସି ଭୁବନେଶ୍ୱରରେ ଏକ ବୈଠକ କରିଛନ୍ତି। ଚିଟ୍‌ଫଣ୍ଡ୍‌ ଠକେଇର ତଦନ୍ତ କରୁଥିବା ଏସ୍‌ଆଇଟିର ଅତିରିକ୍ତ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଅଧ୍ୟକ୍ଷତାରେ ସିବିଆଇ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଏସ୍‌ଆଇଟିର ଦୁଇ ଜଣ ଯୁଗ୍ମ ନିର୍ଦ୍ଦେଶକ, ବିଭିନ୍ନ ଜୋନ୍‌ର ଏସ୍‌ପି ଓ ୨୫ ତଦନ୍ତକାରୀ ଅଫିସର ସାମିଲ ହୋଇଥିଲେ।

ଓଡ଼ିଶା, ଆସାମ ଓ ପଶ୍ଚିମବଙ୍ଗରେ ହୋଇଥିବା ଚିଟ୍‌ଫଣ୍ଡ ମାମଲାର ସମୀକ୍ଷା କରିବା ସହ ସିବିଆଇର ପରବର୍ତ୍ତୀ ଭୂମିକା ନେଇ ଏଥିରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଓଡ଼ିଶାରେ ସିବିଆଇ ତଦନ୍ତ ଶିଥିଳ ପଡ଼ିଥିବା ନେଇ ଅଭିଯୋଗ ପରେ ଏହି ବୈଠକ ବସିଥିବା ଯୋଗୁଁ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ଚିଟ୍‌ଫଣ୍ଡ୍ ତଦନ୍ତ ନେଇ ଅଧିକ ଭିତ୍ତିଭୂମିର ଆବଶ୍ୟକତା ଥିବାରୁ ସିବିଆଇ ଅଧିକାରୀ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Related story