ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ଆଜି ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା।  ସି-ସୋର୍ ଚିଟ୍‌ଫଣ୍ଡ୍ ଲିଙ୍କ୍ ମାମଲାରେ ସିବିଆଇ ପକ୍ଷରୁ ତାଙ୍କ ଭୁବନେଶ୍ୱରର ୟୁନିଟ୍‌-୧ ସ୍ଥିତ ସରକାରୀ ବାସଭବନ ସହିତ ନରସିଂହପୁର ସ୍ଥିତ ପୈତୃକ ଘରେ ରେଡ୍ କରାଯାଇଛି। ସିବିଆଇର ଏକ ଚାରିରୁ ପାଞ୍ଚ ଜଣିଆ ଟିମ୍ ତାଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ୩ ଘଣ୍ଟାରୁ ଅଧିକ ସମୟ ଖୋଳତାଡ଼ କରିବା ପରେ ଫେରିଯାଇଥିଲେ। […]

debi

Jitendra Garnayak
  • Published: Friday, 18 September 2020
  • , Updated: 18 September 2020, 01:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ଆଜି ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା।  ସି-ସୋର୍ ଚିଟ୍‌ଫଣ୍ଡ୍ ଲିଙ୍କ୍ ମାମଲାରେ ସିବିଆଇ ପକ୍ଷରୁ ତାଙ୍କ ଭୁବନେଶ୍ୱରର ୟୁନିଟ୍‌-୧ ସ୍ଥିତ ସରକାରୀ ବାସଭବନ ସହିତ ନରସିଂହପୁର ସ୍ଥିତ ପୈତୃକ ଘରେ ରେଡ୍ କରାଯାଇଛି।

ସିବିଆଇର ଏକ ଚାରିରୁ ପାଞ୍ଚ ଜଣିଆ ଟିମ୍ ତାଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ୩ ଘଣ୍ଟାରୁ ଅଧିକ ସମୟ ଖୋଳତାଡ଼ କରିବା ପରେ ଫେରିଯାଇଥିଲେ। ସେମାନେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ଜଣାପଡ଼ିଛି।

ସିବିଆଇ ରେଡ୍ ନେଇ ଦେବୀ ମିଶ୍ର କହିଛନ୍ତି, ସି-ସୋର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସଂପର୍କରେ ପଚାରିଲେ। ୨୦୧୩ରୁ ସିବିଆଇ ତଦନ୍ତ କରୁଛି। ମୋତେ ବି ପୂର୍ବରୁ ପଚାରିଥିଲେ। ଯେହେତୁ ମୁଁ ପର୍ଯ୍ୟଟନ ମନ୍ତ୍ରୀ ଥିଲି, ସେ ସଂପର୍କରେ ପଚାରିଲେ। ମନ୍ତ୍ରୀ ଭାବେ ମୋର ତ ନିଜସ୍ୱ ନିଷ୍ପତ୍ତି ନଥିଲା, ସବୁ ସରକାରୀ ନିଷ୍ପତ୍ତି ଥିଲା। ମୋତେ ଡକ୍ୟୁମେଣ୍ଟ ମାଗିଲେ। ଡକ୍ୟୁମେଣ୍ଟ ସବୁ ପର୍ଯ୍ୟଟନ ବିଭାଗରେ ଅଛି।

ଦେବୀ ମିଶ୍ର ଆହୁରି କହିଛନ୍ତି, ସିବିଆଇକୁ ତଦନ୍ତରେ ଆମେ ସବୁବେଳେ ସହଯୋଗ କରିଆସିଛୁ। ସିବିଆଇ ରେଡ୍ କରିନି। କାଗଜପତ୍ର କଥା ପଚାରିଥିଲେ।

ଭୁବନେଶ୍ୱର ଓ ନରସିଂହପୁର ସହିତ ମୋଟ ୭ଟି ସ୍ଥାନରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଥିବା ସୂଚନା ମିଳିଛି। ଏଥିରେ କଟକ ଓ ଭଦ୍ରକ ସହରର କିଛି ସ୍ଥାନ ମଧ୍ୟ ରହିଛି।

ସି ସୋର ଗ୍ରୁପ ୫୦୦ କୋଟି ଟଙ୍କା ଠକେଇ ନେଇ ଅଭିଯୋଗ ରହିଛି। ଏହି ମାମଲାରେ ପୂର୍ବରୁ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିଲେ।

Related story