ଅତନୁ ଓ ଅରୁଣଙ୍କୁ ପୁଣି ନୋଟିସ୍‌ କରିବ ସିବିଆଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଲିଙ୍କ୍‌ରେ ବିଜେଡିର ଦୁଇ ପ୍ରଭାବଶାଳୀ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ପୁଣି ସମନ୍ କରିବ ସିବିଆଇ। ପ୍ରଥମ ନୋଟିସ୍ ପାଇ ବି ଉଭୟ ହାଜର ହୋଇ ନ ଥିବାରୁ ସେମାନଙ୍କୁ ଦ୍ୱିତୀୟ ଥର ପାଇଁ ନୋଟିସ୍ ହେବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀ ଜଣକ କହିଛନ୍ତି,“ଉଭୟ ନେତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍ ହୋଇଥିଲା। ଜଣକୁ ୨୮ ତାରିଖ ଓ ଅନ୍ୟଜଣକୁ […]

atanu-1

Tapaswini Nayak
  • Published: Thursday, 31 January 2019
  • , Updated: 31 January 2019, 02:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଲିଙ୍କ୍‌ରେ ବିଜେଡିର ଦୁଇ ପ୍ରଭାବଶାଳୀ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ପୁଣି ସମନ୍ କରିବ ସିବିଆଇ। ପ୍ରଥମ ନୋଟିସ୍ ପାଇ ବି ଉଭୟ ହାଜର ହୋଇ ନ ଥିବାରୁ ସେମାନଙ୍କୁ ଦ୍ୱିତୀୟ ଥର ପାଇଁ ନୋଟିସ୍ ହେବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକାରୀ ଜଣକ କହିଛନ୍ତି,“ଉଭୟ ନେତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍ ହୋଇଥିଲା। ଜଣକୁ ୨୮ ତାରିଖ ଓ ଅନ୍ୟଜଣକୁ ୩୦ ତାରିଖରେ ହାଜର ହେବାକୁ କୁହାଯାଇଥିଲା। ହେଲେ ସେମାନେ ହାଜର ନ ହେବାରୁ ଉଭୟଙ୍କୁ ପୁଣି ଥରେ ନୋଟିସ୍ କରାଯିବ।”

ତେବେ ସିବିଆଇ ନୋଟିସ୍ ପ୍ରସଙ୍ଗରେ ଉଭୟ ନେତାଙ୍କ ପ୍ରତିକ୍ରିୟା ମିଳିନାହିଁ।

Related story