ମାଗ୍‌ନମ୍ ଚିଟ୍‌ଫଣ୍ଡ୍‌ର ଦୁଇ ନିର୍ଦ୍ଦେଶକଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ମାଗ୍‌ନମ୍ ଚିଟ୍‌ଫଣ୍ଡ୍‌ ସଂସ୍ଥାର ଦୁଇ ନିର୍ଦ୍ଦେଶକ ଅରୁଣ ଚତୁର୍ବେଦି ଓ ବରୁଣ ଚତୁର୍ବେଦିଙ୍କୁ ଲକ୍ଷ୍ନୌରୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଆଜି ଓଡ଼ିଶା ଆଣିବା ପରେ ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ସେମାନଙ୍କୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଲକ୍ଷ୍ନୌ ଜେଲ୍‌ରୁ ଭୁବନେଶ୍ୱର ଅଣାଯିବା ପରେ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇକୁ କୋର୍ଟ ଅନୁମତି ଦେଇଥିଲେ। ସେମାନେ ଅଧିକ ସୁଧର ପ୍ରତିଶ୍ରୁତି ଦେଇ କୋଟି କୋଟି […]

cbi office bbsr

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 07:37 PM IST

ଭୁବନେଶ୍ୱର: ମାଗ୍‌ନମ୍ ଚିଟ୍‌ଫଣ୍ଡ୍‌ ସଂସ୍ଥାର ଦୁଇ ନିର୍ଦ୍ଦେଶକ ଅରୁଣ ଚତୁର୍ବେଦି ଓ ବରୁଣ ଚତୁର୍ବେଦିଙ୍କୁ ଲକ୍ଷ୍ନୌରୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଆଜି ଓଡ଼ିଶା ଆଣିବା ପରେ ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ।

କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ସେମାନଙ୍କୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଲକ୍ଷ୍ନୌ ଜେଲ୍‌ରୁ ଭୁବନେଶ୍ୱର ଅଣାଯିବା ପରେ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇକୁ କୋର୍ଟ ଅନୁମତି ଦେଇଥିଲେ।

ସେମାନେ ଅଧିକ ସୁଧର ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ସଂସ୍ଥାର ଶାଖା ଥିଲା। ଜଣେ ବଲିଉଡ୍‌ ଅଭିନେତ୍ରୀ ସଂସ୍ଥାର ବ୍ରାଣ୍ଡ ଆମ୍ବାସଡର ଥିଲେ ବୋଲି ଜଣାପଡ଼ିଛି।

Related story