ସିବିଏସଇ ରେଜଲ୍ଟ ଅନିୟମିତତା ମାମଲା: ଆମରଣ ଅନଶନରେ ବସିଲା ଅଭିଭାବକ ସଂଘ

ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିଭ୍ରାଟକୁ ନେଇ ଆନ୍ଦୋଳନ ଜୋର ଧରୁଛି । ଆଜିଠାରୁ ଅଭିଭାବକ ସଂଘ ଆମରଣ ଅନଶନ ଆରମ୍ଭ କରିଛି । କିଛି ଛାତ୍ରଛାତ୍ରୀ ମଧ୍ୟ ଅନଶନରେ ସାମିଲ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ରେଜଲ୍ଟ ବିଭ୍ରାଟକୁ ନେଇ କିଛି ଛାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଆଜି ଏହାର ଶୁଣାଣି କରିପାରନ୍ତି। ଏକ୍ସପର୍ଟଙ୍କ ଦ୍ୱାରା ପୁନଃ ମୂଲ୍ୟାୟନ ଦାବି ନେଇ […]

bbsr

Rakesh Mallick
  • Published: Wednesday, 07 June 2017
  • , Updated: 07 June 2017, 12:01 PM IST

ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିଭ୍ରାଟକୁ ନେଇ ଆନ୍ଦୋଳନ ଜୋର ଧରୁଛି । ଆଜିଠାରୁ ଅଭିଭାବକ ସଂଘ ଆମରଣ ଅନଶନ ଆରମ୍ଭ କରିଛି । କିଛି ଛାତ୍ରଛାତ୍ରୀ ମଧ୍ୟ ଅନଶନରେ ସାମିଲ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ରେଜଲ୍ଟ ବିଭ୍ରାଟକୁ ନେଇ କିଛି ଛାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଆଜି ଏହାର ଶୁଣାଣି କରିପାରନ୍ତି। ଏକ୍ସପର୍ଟଙ୍କ ଦ୍ୱାରା ପୁନଃ ମୂଲ୍ୟାୟନ ଦାବି ନେଇ ଏହି ଆବେଦନ କରାଯାଇଛି।

ଗତକାଲି ସିବିଏସଇ ଅଫିସ ଆଗରେ ଧାରଣା ଦେଇଥିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ପୋଲିସ୍ ଉଠାଇ ଦେଇଥିଲା। ସେହିପରି ଜଣେ ଛାତ୍ର ଆତ୍ମହୂତୀ କରିବା ପାଇଁ  ଉଦ୍ୟମ କରିଥିଲା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା।

Related story