ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ସିବିଏସ୍‌ସି ଦଶମ ଓ ଦ୍ୱାଦଶ ପରୀକ୍ଷା। ସାରା ଦେଶରେ ୩,୯୭୪ଟି ପରୀକ୍ଷା କେନ୍ଦ୍ରରେ ୧୬ ଲକ୍ଷ ୬୭ ହଜାର ୫୭୩ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଉଛନ୍ତି। ସେହିପରି ୧୦ ଲକ୍ଷ ୯୮ ହଜାର ୪୨୦ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ଦେଉଛନ୍ତି। ଏଥିରେ ଓଡ଼ିଶାରୁ ଦଶମରେ ୨୩,୦୮୦ ଓ ଦ୍ୱାଦଶରେ ୧୫,୨୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଆଜି ସକାଳ ସାଢ଼େ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଦଶମରେ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଓ […]

cbse

Rakesh Mallick
  • Published: Thursday, 09 March 2017
  • , Updated: 09 March 2017, 04:09 PM IST

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ସିବିଏସ୍‌ସି ଦଶମ ଓ ଦ୍ୱାଦଶ ପରୀକ୍ଷା। ସାରା ଦେଶରେ ୩,୯୭୪ଟି ପରୀକ୍ଷା କେନ୍ଦ୍ରରେ ୧୬ ଲକ୍ଷ ୬୭ ହଜାର ୫୭୩ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଉଛନ୍ତି। ସେହିପରି ୧୦ ଲକ୍ଷ ୯୮ ହଜାର ୪୨୦ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ଦେଉଛନ୍ତି। ଏଥିରେ ଓଡ଼ିଶାରୁ ଦଶମରେ ୨୩,୦୮୦ ଓ ଦ୍ୱାଦଶରେ ୧୫,୨୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଆଜି ସକାଳ ସାଢ଼େ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଦଶମରେ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଓ ଦ୍ୱାଦଶରେ ଇଂରାଜୀ ବିଷୟରେ ପରୀକ୍ଷା ହୋଇଛି। ପରୀକ୍ଷା ପାଇଁ ଦେଶର ସମସ୍ତ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

 

Related story