ଏନ୍‌ଏଚ୍‌ରେ ଅମାନିଆଙ୍କୁ ଜଗିବ ଇଣ୍ଚେଲିଜେଣ୍ଟ କ୍ୟାମେରା ସିଷ୍ଟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ରାଜପଥରେ ସାବାଡ଼ ହେବେ ଅମାନିଆ ଗାଡ଼ି ଚାଳକ। ଅମାନିଆଙ୍କୁ ଜଗିବ ଇଣ୍ଚେଲିଜେଣ୍ଟ କ୍ୟାମେରା ସିଷ୍ଟମ। ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱରଠାରୁ ଯାଜପୁରର ପାଣିକୋଇଲି ପର୍ଯ୍ୟନ୍ତ ସିସିଟିଭି ଲଗାଯିବ। ଜାତୀୟ ରାଜପଥର ପ୍ରତି ୪ରୁ ୫ କିଲୋମିଟର ମଧ୍ୟରେ ଲାଗିବ ଏହି କ୍ଲୋଜ୍‌ ସର୍କିଟ କ୍ୟାମେରା। ଯାହା ଦ୍ୱାରା ଦ୍ରୁତଗତିରେ ଯାଉଥିବା ଚାଳକ ଓ ନକଲି ନମ୍ବର ପ୍ଲେଟ୍‌ଧାରୀଙ୍କୁ ସହଜରେ ଚିହ୍ନି ହେବ। ସେହିପରି ସମସ୍ତ ପବ୍ଲିକ ସର୍ଭିସ […]

cctv-1

Manoranjan Sial
  • Published: Monday, 18 January 2021
  • , Updated: 18 January 2021, 07:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ରାଜପଥରେ ସାବାଡ଼ ହେବେ ଅମାନିଆ ଗାଡ଼ି ଚାଳକ। ଅମାନିଆଙ୍କୁ ଜଗିବ ଇଣ୍ଚେଲିଜେଣ୍ଟ କ୍ୟାମେରା ସିଷ୍ଟମ। ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱରଠାରୁ ଯାଜପୁରର ପାଣିକୋଇଲି ପର୍ଯ୍ୟନ୍ତ ସିସିଟିଭି ଲଗାଯିବ। ଜାତୀୟ ରାଜପଥର ପ୍ରତି ୪ରୁ ୫ କିଲୋମିଟର ମଧ୍ୟରେ ଲାଗିବ ଏହି କ୍ଲୋଜ୍‌ ସର୍କିଟ କ୍ୟାମେରା। ଯାହା ଦ୍ୱାରା ଦ୍ରୁତଗତିରେ ଯାଉଥିବା ଚାଳକ ଓ ନକଲି ନମ୍ବର ପ୍ଲେଟ୍‌ଧାରୀଙ୍କୁ ସହଜରେ ଚିହ୍ନି ହେବ। ସେହିପରି ସମସ୍ତ ପବ୍ଲିକ ସର୍ଭିସ ଯାନରେ ଜିପିଏସ୍‌ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଏହାକୁ କଡାକଡି କରିବାକୁ ଭେହିକିଲ୍‌ ଲୋକେସନ ଟ୍ରାକିଂ ସିଷ୍ଟମ୍‌ ଲାଗୁ କରାଯିବ। ଫଳରେ ଗାଡ଼ିର ଲୋକେସନ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖିବା ସହଜ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ଜାତୀୟ ସଡ଼କ ସୁରକ୍ଷା ମାସର ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସହରରେ ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ ହୋଇଛି। ଏହି ରଥ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଟ୍ରାଫିକ୍‌ ନିୟମ ପାଳନ ନେଇ ସଚେତନ କରିବ। ସେହିପରି ଉଦଘାଟିତ ହୋଇଛି କୁଇକ୍‌ ରେସପନ୍ସ ଗାଡ଼ି। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଦେବାକୁ ଗାଡ଼ିରେ ରହିଛି ଅମ୍ଲଜାନ ଓ ଜରୁରୀ ସାମଗ୍ରୀ।

 

Related story