ଟିଟୋ ଏରିଆରେ ଜଗିବ ସିସିଟିଭି!

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋ ଅଞ୍ଚଳ କୁହାଯାଉଥିବା କେନ୍ଦ୍ରାପଡ଼ା ସହରରେ ଅପରାଧ ନିୟନ୍ତ୍ରଣ କରିବ ସିସିଟିଭି। ସେଥିପାଇଁ ସହରରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୩୬ ଟି ସିସିଟିଭି ଲାଗିବ। ସହରରେ ଅପରାଧୀମାନେ ଦିନ ଦି’ପହରରେ ଅପରାଧ କରି ଚମ୍ପଟ ମାରୁଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ପୁଲିସ ସିସିଟିଭିର ସାହାରା ନେଇଛି। କେବଳ ଏତିକି ନୁହେଁ, ୨୪ ଘଣ୍ଟିଆ ସିସିଟିଭି ଉପରେ ନଜର ରଖିବା ଲାଗି ପୁରୁଣା ମୋଟର ଷ୍ଟାଣ୍ଡଠାରେ କଣ୍ଟ୍ରୋଲ ରୁମ୍‌ […]

cctv-instal-in-kendrapa-town

Manoranjan Sial
  • Published: Wednesday, 09 October 2019
  • , Updated: 09 October 2019, 06:12 PM IST

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋ ଅଞ୍ଚଳ କୁହାଯାଉଥିବା କେନ୍ଦ୍ରାପଡ଼ା ସହରରେ ଅପରାଧ ନିୟନ୍ତ୍ରଣ କରିବ ସିସିଟିଭି। ସେଥିପାଇଁ ସହରରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୩୬ ଟି ସିସିଟିଭି ଲାଗିବ। ସହରରେ ଅପରାଧୀମାନେ ଦିନ ଦି’ପହରରେ ଅପରାଧ କରି ଚମ୍ପଟ ମାରୁଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ପୁଲିସ ସିସିଟିଭିର ସାହାରା ନେଇଛି। କେବଳ ଏତିକି ନୁହେଁ, ୨୪ ଘଣ୍ଟିଆ ସିସିଟିଭି ଉପରେ ନଜର ରଖିବା ଲାଗି ପୁରୁଣା ମୋଟର ଷ୍ଟାଣ୍ଡଠାରେ କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ ପୁଲିସ ଯୋଜନା ରଖିଛି। ସହରର ପ୍ରବେଶ ଦ୍ୱାର କୁହାଯାଉଥିବା ତିନିମୁହାଣୀ, ବସଷ୍ଟାଣ୍ଡ ,କାକଟ ଛକ, ବାଲା ବାବା ଛକ, ବଡ଼ ହାଟ ଆଦି ସ୍ଥାନରେ ପର୍ଯ୍ୟାୟ କ୍ରମରେ ସିସିଟିଭି ଲାଗିବ ବୋଲି କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର କହିଛନ୍ତି।

ସହରରେ ଅପରାଧ ନିୟନ୍ତ୍ରଣ ଓ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟ କଳାପ ଉପରେ ନଜର ରଖିବା ପାଇଁ ଏହି ସିସି କ୍ୟାମେରା ବେଶ ସହାୟକ ହେବ। ବିଶେଷ କରି ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଯୁବକ ଓ ନିଶାସକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ମଧ୍ୟ ଏଣିକି ସହଜ ହେବ। ଏହାଛଡ଼ା ସମ୍ବୋଦନଶୀଳ ଅଥବା ଭିଡ଼ ଅଞ୍ଚଳରେ ଗୋଟିଏ ସ୍ଥାନରେ ଏକାଧିକ କ୍ୟାମେରା ମଧ୍ୟ ଲାଗିବାର ବ୍ୟବସ୍ଥା କରିଛି ପୁଲିସ। ଗଜଲକ୍ଷ୍ମୀ ପୂଜା ପୂର୍ବରୁ ଏହି କ୍ୟାମେରା କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛ।

Related story