ସିସିଟିଭି ନଜରରେ ରହିବ କଟକ ସହର

କଟକ: କଟକ ସହର ଏବେ ରହିବ ସିସିଟିଭିର ନଜରରେ। କଟକ ମଧୁପାଟଣା ଛକରେ ୧୨ଟି ସିସିଟିଭି ଲଗାଯାଇ ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ସିସିଟିଭି ବ୍ୟବସ୍ଥାକୁ ଅତିରିକ୍ତ ପୋଲିସ୍ କମିଶନରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଅନୁଧ୍ୟାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସହରର ପ୍ରମୁଖ ତଥା ସମ୍ୱେଦନଶୀଳ ସ୍ଥାନଗୁଡିକରେ ୪୦ଟି ସିସିଟିଭି ଲଗାଯିବ। ଏଥିସହ ପୁରା ସହରର ଉପରେ ନଜର ରଖିବା ପାଇଁ ମୋଟ ୧୨୦ଟି ସିସିଟିଭି ଲଗାଯିବାର ବ୍ୟବସ୍ଥା ହୋଇଛି। ସିସିଟିଭି ଲାଗିବାକୁ ଥିବା […]

cctv

Rakesh Mallick
  • Published: Tuesday, 05 January 2016
  • , Updated: 05 January 2016, 01:43 PM IST

କଟକ: କଟକ ସହର ଏବେ ରହିବ ସିସିଟିଭିର ନଜରରେ। କଟକ ମଧୁପାଟଣା ଛକରେ ୧୨ଟି ସିସିଟିଭି ଲଗାଯାଇ ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ସିସିଟିଭି ବ୍ୟବସ୍ଥାକୁ ଅତିରିକ୍ତ ପୋଲିସ୍ କମିଶନରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଅନୁଧ୍ୟାନ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ସହରର ପ୍ରମୁଖ ତଥା ସମ୍ୱେଦନଶୀଳ ସ୍ଥାନଗୁଡିକରେ ୪୦ଟି ସିସିଟିଭି ଲଗାଯିବ। ଏଥିସହ ପୁରା ସହରର ଉପରେ ନଜର ରଖିବା ପାଇଁ ମୋଟ ୧୨୦ଟି ସିସିଟିଭି ଲଗାଯିବାର ବ୍ୟବସ୍ଥା ହୋଇଛି। ସିସିଟିଭି ଲାଗିବାକୁ ଥିବା ସ୍ଥାନ ନିର୍ଦ୍ଧାରଣ ସରିଛି। ଏଥିପାଇଁ ୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ପିସିଆରରେ ମଧ୍ୟ ଜିପିଏସ୍ ବ୍ୟବସ୍ଥା କରାଯିବ।

Related story