ଆଜି ରାଜ୍ୟବ୍ୟାପୀ ଆଇନ୍‌ଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ: ଆଡ୍‌ଭୋକେଟ୍ସ ଆକ୍ଟ-୧୯୬୧ରେ ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଆଇନ୍‌ଜୀବୀମାନେ ଆଜି ରାଜ୍ୟ ବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଆହ୍ୱାନକ୍ରମେ  ଆଇନ୍‌ଜୀବୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି। ବାର କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ବିସିଆଇ) ଦେଇଥିବା ଆଡ୍‌ଭୋକେଟ୍ସ ଆକ୍ଟ-୧୯୬୧ରେ ସଂଶୋଧନ ପ୍ରସ୍ତାବକୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିନ୍ଦା କରିଛି। ବିସିଆଇ ଅଧ୍ୟକ୍ଷ ମନ୍ନନ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। କିନ୍ତୁ ବିସିଆଇର ଅନ୍ୟ ସଦସ୍ୟଙ୍କ […]

odisha state bar council of india

Rakesh Mallick
  • Published: Monday, 03 April 2017
  • , Updated: 03 April 2017, 02:30 PM IST

କଟକ: ଆଡ୍‌ଭୋକେଟ୍ସ ଆକ୍ଟ-୧୯୬୧ରେ ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଆଇନ୍‌ଜୀବୀମାନେ ଆଜି ରାଜ୍ୟ ବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଆହ୍ୱାନକ୍ରମେ  ଆଇନ୍‌ଜୀବୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି।

ବାର କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ବିସିଆଇ) ଦେଇଥିବା ଆଡ୍‌ଭୋକେଟ୍ସ ଆକ୍ଟ-୧୯୬୧ରେ ସଂଶୋଧନ ପ୍ରସ୍ତାବକୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିନ୍ଦା କରିଛି। ବିସିଆଇ ଅଧ୍ୟକ୍ଷ ମନ୍ନନ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। କିନ୍ତୁ ବିସିଆଇର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା ନକରି ମନ୍ନନ ମିଶ୍ରା ଆଡ୍‌ଭୋକେଟ୍ସ ଆକ୍ଟ-୧୯୬୧ରେ ସଂଶୋଧନ ପ୍ରସ୍ତାବ ଦେଇଥିବାରୁ ରାଜ୍ୟ ଆଇନ୍‌ଜୀବୀ ପରିଷଦ ବିରୋଧ କରିଛି।

ଅନ୍ୟପକ୍ଷରେ ବାର କାଉନ୍‌ସିଲ ଅଫ୍‌ ଇଣ୍ଡିଆର ଏହି ସଂଶୋଧନ ପ୍ରସ୍ତାବକୁ ନ୍ୟାସନାଲ ‘ଲ’ କମିଶନ ଗ୍ରହଣ କରି ଆଇନ୍‌ର ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ଏପଟେ ଏହି ସୁପାରିଶକୁ ଗ୍ରହଣ ନକରିବାକୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର କେନ୍ଦ୍ରକୁ ଅନୁରୋଧ କରିଛି।

Related story