ଝାରସୁଗୁଡ଼ା(ଭାଗିରଥୀ ସାହୁ): ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ସମ୍ପର୍କରେ ଆଜି ରାଜ୍ୟସଭାରେ ଘୋଷଣା କରିଛନ୍ତି। ଏହାଦ୍ୱାରା ଜମ୍ମୁ-କଶ୍ମୀରକୁ ଆଉ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ନାହିଁ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଝାରସୁଗୁଡ଼ାବାସୀ ସ୍ୱାଗତ କରିଛନ୍ତି। ସହରର ଝଣ୍ଡା ଛକରେ ବିଜେପି କର୍ମୀ ଓ ସହରବାସୀ ବାଣ ଫୁଟାଇ ତଥା ପରସ୍ପରକୁ ମିଠା ଖୁଆଇ ଉତ୍ସବ ପାଳନ କରିଛନ୍ତି।
ଫଳରେ ସପ୍ତାହେ ବ୍ୟାପୀ ଜାମ୍ମୁ-କାଶ୍ମୀରରେ ଲାଗି ରହିଥିବା କଳ୍ପନାଜଳ୍ପନା ଏବଂ ଅନିଶ୍ଚିତତାର ଅବସାନ ହୋଇଛି। କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଗୃହରେ ଘୋଷଣା କରିବା ପରେ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହି ସଙ୍କଳ୍ପକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଛନ୍ତି।