କଳିଙ୍ଗ ଷ୍ଟାଡ଼ିୟମର ବିକାଶ ପାଇଁ ୧୨ କୋଟି ଖର୍ଚ୍ଚ କରିବ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମର ବିକାଶ ନିମନ୍ତେ କେନ୍ଦ୍ର ସରକାର ୧୨.୦୨ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି କାର୍ଯ୍ୟ ଆସନ୍ତା ୪ବର୍ଷ ମଧ୍ୟରେ ଶେଷ ହେବ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜ୍ଜୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରର ବିକାଶ କାର୍ଯ୍ୟକ୍ରମ ଆଧାରରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିୟମ ସମେତ ମୋଟ ୮ଟି ରାଜ୍ୟର ଗୋଟିଏ ଲେଖାଏଁ ସ୍ଥାନର […]

kalinga-stadium

Manoranjan Sial
  • Published: Tuesday, 15 September 2020
  • , Updated: 15 September 2020, 10:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମର ବିକାଶ ନିମନ୍ତେ କେନ୍ଦ୍ର ସରକାର ୧୨.୦୨ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି କାର୍ଯ୍ୟ ଆସନ୍ତା ୪ବର୍ଷ ମଧ୍ୟରେ ଶେଷ ହେବ।

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜ୍ଜୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରର ବିକାଶ କାର୍ଯ୍ୟକ୍ରମ ଆଧାରରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିୟମ ସମେତ ମୋଟ ୮ଟି ରାଜ୍ୟର ଗୋଟିଏ ଲେଖାଏଁ ସ୍ଥାନର ବିକଶିତ କରାଯିବ। ଏହି ଅର୍ଥରେ ଷ୍ଟାଡ଼ିୟମର ଭିତ୍ତିଭୂମି ଉନ୍ନୟନ, କ୍ରୀଡ଼ା ବିଜ୍ଞାପନ କେନ୍ଦ୍ର ସ୍ଥାପନ, ଉତ୍କୃଷ୍ଟମାନର ପ୍ରଶିକ୍ଷକ ନିଯୁକ୍ତି, ଫିଜିଓଥେରାପିଷ୍ଟ ଓ ଅନ୍ୟାନ୍ୟ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ। ଏହି ଯୋଜନାରେ କ୍ରୀଡ଼ାବିତମାନଙ୍କୁ ମଧ୍ୟ ଉଚ୍ଚମାନର ଉପକରଣ ଯୋଗାଇ ଦିଆଯିବ। ଅଲମ୍ପିକ କ୍ରୀଡ଼ାକୁ ଦୃଷ୍ଟିରେ ପ୍ରତ୍ୟେକ ରାଜ୍ୟ ଉତ୍କର୍ଷ କେନ୍ଦ୍ରରେ ସର୍ବାଧିକ ୩ଟି ପ୍ରକାର ଏଭଳି ଖେଳକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ।

Related story