କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ରାଉରକେଲାରେ ସ୍ୱାଗତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଜି ଅପରାହ୍ନରେ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ପହଞ୍ଚିବା ପରେ ଏୟାରପୋର୍ଟରେ ତାଙ୍କୁ ବଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା । ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏୟାରପୋର୍ଟରେ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ପରେ ବଜେପି ପକ୍ଷରୁ ଏକ ବାଇକ ଶୋଭାଯାତ୍ରାରେ ଧର୍ମେନ୍ଦ୍ରଙ୍କୁ ରାଉରକେଲା ହାଉସ ପର୍ଯ୍ୟନ୍ତ ନିଆ ଯାଇଥିଲା । ଧର୍ମେନ୍ଦ୍ରଙ୍କ ଏହି […]

dp

Tapas Behera
  • Published: Saturday, 28 September 2019
  • , Updated: 28 September 2019, 05:34 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଜି ଅପରାହ୍ନରେ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ପହଞ୍ଚିବା ପରେ ଏୟାରପୋର୍ଟରେ ତାଙ୍କୁ ବଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା । ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏୟାରପୋର୍ଟରେ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ପରେ ବଜେପି ପକ୍ଷରୁ ଏକ ବାଇକ ଶୋଭାଯାତ୍ରାରେ ଧର୍ମେନ୍ଦ୍ରଙ୍କୁ ରାଉରକେଲା ହାଉସ ପର୍ଯ୍ୟନ୍ତ ନିଆ ଯାଇଥିଲା । ଧର୍ମେନ୍ଦ୍ରଙ୍କ ଏହି ତିନିଦିନିଆ ରାଉରକେଲା ଗସ୍ତ ସମୟରେ ରାଉରକେଲା ଇସ୍ପାତ କାରଖାନାର ବିଭିନ୍ନ ବିଭାଗ ପରିଦର୍ଶନ , ଖଣି ଅଞ୍ଚଳ ପରିଦର୍ଶନ , ସାମ୍ବାଦିକ ସମ୍ମିଳନୀ ଆଦି କାର୍ଯ୍ୟକ୍ରମ ସାମିଲ ରହିଛି।

Related story