‘ଅପେକ୍ଷା, ଲାହୋର ଓ କରାଚିରେ ତ୍ରିରଙ୍ଗା ଉଡ଼ିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ତ୍ରିରଙ୍ଗାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ। କହିଲେ, ଅଖଣ୍ଡ ଭାରତ ଓ ବନ୍ଦେ ମାତରମ୍‌କୁ ସ୍ୱୀକାର କରୁନଥିବା ବ୍ୟକ୍ତିଙ୍କର ଦେଶରେ ରହିବାର ଅଧିକାର ନାହିଁ। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ସେହିଦିନକୁ ଅପେକ୍ଷା କରିଛି ଯେଉଁଦିନ ଲାହୋର, କରାଚିରେ ତ୍ରିରଙ୍ଗା ଉଡ଼ିବ। ନରେନ୍ଦ୍ର ମୋଦିଙ୍କ ସମୟରେ ଏହା ହୋଇପାରେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଗତକାଲି ଭୁବନେଶ୍ୱର ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ […]

432

Tapas Behera
  • Published: Sunday, 22 September 2019
  • , Updated: 22 September 2019, 03:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ତ୍ରିରଙ୍ଗାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ। କହିଲେ, ଅଖଣ୍ଡ ଭାରତ ଓ ବନ୍ଦେ ମାତରମ୍‌କୁ ସ୍ୱୀକାର କରୁନଥିବା ବ୍ୟକ୍ତିଙ୍କର ଦେଶରେ ରହିବାର ଅଧିକାର ନାହିଁ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ସେହିଦିନକୁ ଅପେକ୍ଷା କରିଛି ଯେଉଁଦିନ ଲାହୋର, କରାଚିରେ ତ୍ରିରଙ୍ଗା ଉଡ଼ିବ। ନରେନ୍ଦ୍ର ମୋଦିଙ୍କ ସମୟରେ ଏହା ହୋଇପାରେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଗତକାଲି ଭୁବନେଶ୍ୱର ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଅଭିଭାଷଣ ରଖିବା ବେଳେ ଏହି ମନ୍ତବ୍ୟ ରଖିଥିଲେ ପ୍ରତାପ ଷଡ଼ଙ୍ଗୀ।

Related story