ଖୁବ୍‌ଶୀଘ୍ର ଆସିପାରେ କରୋନା ଟିକା, ତଥ୍ୟ‌ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଖୁବ୍‌ଶୀଘ୍ର ଉପଲବ୍ଧ ହୋଇପାରେ ଟିକା। କରୋନା ଟିକା ଆସିବାକୁ ଥିବାରୁ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଅଙ୍ଗନବାଡ଼ି କର୍ମୀଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆଇଏମଏ, ଆୟୁଷ, ନର୍ସିଂ ଆସୋସିଏସନ, ପାରାମେଡିକ କର୍ମଚାରୀ ସଂଘ ଓ ଘରୋଇ ମେଡିକାଲ ସଂଘ ସଭାପତିଙ୍କୁ ଚିଠି ଲେଖାଯାଇଛି। ସଂଘ ସଦସ୍ୟ ନିଜ ନାଁ ସେମାନଙ୍କ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଚିଠି ଲେଖିଛନ୍ତି। […]

corona

Manoranjan Sial
  • Published: Friday, 23 October 2020
  • , Updated: 23 October 2020, 06:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଖୁବ୍‌ଶୀଘ୍ର ଉପଲବ୍ଧ ହୋଇପାରେ ଟିକା। କରୋନା ଟିକା ଆସିବାକୁ ଥିବାରୁ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଅଙ୍ଗନବାଡ଼ି କର୍ମୀଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆଇଏମଏ, ଆୟୁଷ, ନର୍ସିଂ ଆସୋସିଏସନ, ପାରାମେଡିକ କର୍ମଚାରୀ ସଂଘ ଓ ଘରୋଇ ମେଡିକାଲ ସଂଘ ସଭାପତିଙ୍କୁ ଚିଠି ଲେଖାଯାଇଛି।

ସଂଘ ସଦସ୍ୟ ନିଜ ନାଁ ସେମାନଙ୍କ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଚିଠି ଲେଖିଛନ୍ତି। ଆସନ୍ତା ୨୯ ତାରିଖ ସୁଦ୍ଧା ଏହା ଶେଷ କରିବାକୁ ଏଥିରେ କୁହାଯାଇଛି।

ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ଏସିଏସ୍‌ ଚିଠି ଲେଖିଛନ୍ତି। ଚିଠିରେ ଅଙ୍ଗନବାଡି କର୍ମୀ, ହେଲ୍‌ପର, ସୁପରଭାଇଜର, ସିଡିପିଓଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୨୫ ମଧ୍ୟରେ (CVBMS) କରୋନା ଭ୍ୟାକ୍ସିନେସନ ବେନିଫିସିଆରି ମ୍ୟାନେଜମେଣ୍ଟ ସିଷ୍ଟମରେ ଡାଟା ଅପ୍‌ଲୋଡ୍‌ ପାଇଁ କୁହାଯାଇଛି। ଆଜି ଅଙ୍ଗନବାଡି କର୍ମୀଙ୍କ ଡାଟାବେସ ପାଇଁ ଆଜି ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର।

 

Related story