Advertisment

ଚାଷୀଙ୍କୁ ସର୍ବନିମ୍ନ ୩ ହଜାର ଟଙ୍କା ପେନସନ୍ ଦେବେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଓଡ଼ିଶା ସମେତ ଦେଶର ୫କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସର୍ବନିମ୍ନ ୩ହଜାର ଟଙ୍କା ପେନସନ ଦେବା ପାଇଁ ‘କିଷାନ ମାନ ଧନ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୨ତାରିଖରେ ଝାଡ଼ଖଣ୍ଡର ରାଞ୍ଚିଠାରେ ଏହି ଯୋଜନାର ଶୁଭାରମ୍ଭ କରିବେ। ତେବେ ଚାଷୀ ଚିହ୍ନଟ ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ ଟାଳଟୂଳ ନୀତି ଯୋଗୁ ଓଡ଼ିଶାର ବହୁ ଚାଷୀଙ୍କୁ ଏହି କେନ୍ଦ୍ରୀୟ ଯୋଜନାରୁ ସୁଫଳ ମିଳିବା ଉପରେ ପ୍ରଶ୍ନବାଚୀ […]

ଚାଷୀଙ୍କୁ ସର୍ବନିମ୍ନ ୩ ହଜାର ଟଙ୍କା ପେନସନ୍ ଦେବେ କେନ୍ଦ୍ର ସରକାର

No-agri-loan-to-farmers-who-do-not-have-Aadhar-card

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଓଡ଼ିଶା ସମେତ ଦେଶର ୫କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସର୍ବନିମ୍ନ ୩ହଜାର ଟଙ୍କା ପେନସନ ଦେବା ପାଇଁ ‘କିଷାନ ମାନ ଧନ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୨ତାରିଖରେ ଝାଡ଼ଖଣ୍ଡର ରାଞ୍ଚିଠାରେ ଏହି ଯୋଜନାର ଶୁଭାରମ୍ଭ କରିବେ। ତେବେ ଚାଷୀ ଚିହ୍ନଟ ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ ଟାଳଟୂଳ ନୀତି ଯୋଗୁ ଓଡ଼ିଶାର ବହୁ ଚାଷୀଙ୍କୁ ଏହି କେନ୍ଦ୍ରୀୟ ଯୋଜନାରୁ ସୁଫଳ ମିଳିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ସୂଚନା ଅନୁସାରେ ଏହି ଯୋଜନାରେ ୧୮ରୁ ୪୦ବର୍ଷ ବୟସର ସମସ୍ତ କ୍ଷୁଦ୍ର ଓ ନାମମାତ୍ରୀ ଚାଷୀ ସାମିଲ ହୋଇପାରିବେ। ୬୦ବର୍ଷ ବୟସରୁ ଅଧିକ ବର୍ଷର ଚାଷୀଙ୍କୁ ଏହି ଯୋଜନାରେ ସର୍ବନିମ୍ନ ମାସିକ ୩ହଜାର ଟଙ୍କା ପେନସନ ମିଳିବ । ତେବେ ଏଥିପାଇଁ ଚାଷୀଙ୍କୁ ନିଜର ବୟସ ଅନୁସାରେ ସର୍ବନିମ୍ନ କିସ୍ତି ମଧ୍ୟ ଦେବାକୁ ପଡ଼ିବ। ଚାଷୀମାନେ ଚାହିଁଲେ ସେମାନଙ୍କର ମାସିକ କିସ୍ତିକୁ ପିଏମ କିଷାନ ଓ ସିଏସସି ମାଧ୍ୟମରେ ପ୍ରଦାନ କରିପାରିବେ। ଏହି ଯୋଜନାରେ ଆଗାମୀ ୩ବର୍ଷ ମଧ୍ୟରେ ୫କୋଟି ଚାଷୀଙ୍କ ନିମନ୍ତେ ୧୦,୭୭୪କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି।

ତେବେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଚାଷୀ ଚିହ୍ନଟ ପ୍ରକ୍ରିୟାକୁ ନେଇ ଟାଳଟୂଳ ନୀତି ଅବଲମ୍ବନ କରୁଥିବାରୁ ମାତ୍ର ୩୦.୮୦ଲକ୍ଷ ଚାଷୀ ପିଏମ୍ କିଷାନ ଯୋଜନାରେ ସାମିଲ ହୋଇପାରିଛନ୍ତି । ରାଜ୍ୟ ସରକାର ନିଜସ୍ୱ ‘କାଳିଆ’ ଯୋଜନାରେ ୭୫ଲକ୍ଷ ଚାଷୀଙ୍କୁ ଉପକୃତ କରିବା ଲକ୍ଷ୍ୟ ରଖିଥିବାବେଳେ କେନ୍ଦ୍ରର ‘ପିଏମ କିଷାନ’ ଯୋଜନା ପାଇଁ ଅଧିକ ସଂଖ୍ୟକ ଯୋଗ୍ୟ ଚାଷୀଙ୍କ ତାଲିକା ପଠାଇବାରେ ସକ୍ଷମ ହୋଇନାହାନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe