ବଲାଙ୍ଗିରରେ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

Ordigital Desk
  • Published: Monday, 21 May 2018
  • , Updated: 21 May 2018, 09:05 PM IST
<p>ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସହର ଭିତରେ ଗୋଟିଏ ଦିନରେ ଦୁଇଟି କେନ୍ଦ୍ରୀୟ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ ଓ ଉଦ୍&zwnj;ଘାଟନ ହୋଇଯାଇଛି। ପେଟ୍ରୋଳିୟମ ଧର୍ମେନ୍ଦ୍ର ପ୍ରଧାନ ଏଲ୍&zwnj;ପିଜି ବଟଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟ୍ ନିରତାରା ସାଟେଲାଇଟ୍&zwnj; କେନ୍ଦ୍ର ଉଦ୍&zwnj;ଘାଟନ କରିଛନ୍ତି।</p> <p>ପେଟ୍ରେଲିୟମ କମ୍ପାନୀ ବିପିସିଏଲ ପକ୍ଷରୁ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ଏଲପିଜି ବଟଲିଂ ପ୍ଳାଣ୍ଟ। ବଲାଙ୍ଗିର ଉପକଣ୍ଠ ବରକାନୀ ଗାଁରେ ଆଜିଠାରୁ ପ୍ରକଳ୍ପର କାମ ଆରମ୍ଭ ହୋଇଛି। ୨୦୨୦ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୪ ଟି ଜିଲ୍ଲାକୁ ଏଲପିଜି ସିଲିଣ୍ଡର ବଣ୍ଟନ ହେବ। ସ୍ଥାନୀୟ ଲୋକଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଏଥିରୁ ରୋଜଗାର ମିଲିବା ସହିତ, ସାଧାରଣ ଲୋକଙ୍କ ଏଲପିଜି ଚାହିଦା ମେଣ୍ଟାଇ ପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।</p> <p>ସେହିପରି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ନିରତାର ସାଟେଲାଇଟ କେନ୍ଦ୍ର ଉଦଘାଟିତ ହୋଇଛି। କଟକ ଜିଲ୍ଲା ଓଲଟପୁରରେ ଥିବା ନିରତାର କେନ୍ଦ୍ରର ପ୍ରଥମ ସାଟେଲାଇଟ କେନ୍ଦ୍ର ବଲାଙ୍ଗିରଠାରେ ନିର୍ମାଣ କରାଯାଇଛି। ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି କେନ୍ଦ୍ରରେ ଦିବ୍ୟାଙ୍ଗ ମାନଙ୍କ ଫିଜିଓଥେରାପି ସହିତ ବିଭିନ୍ନ ପ୍ରକାର ଚିକିତ୍ସା ପ୍ରଦାନ କରାଯିବ। ଏହା ସହିତ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଯୋଗାଇ ଦିଆଯିବ।</p>

Related story