‘ଓଡ଼ିଶାରେ କୋଭିଡ୍ ଯୋଦ୍ଧାମାନେ ଭଲ କାମ କରୁଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୋଭିଡ୍‌-୧୯ ପରିଚାଳନାରେ ଭାରତ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ଭଲ କାମ କରୁଛନ୍ତି। କରୋନା ଯୋଦ୍ଧାମାନେ ମଧ୍ୟ ବହୁତ ଭଲ କାମ କରୁଛନ୍ତି। ସେମାନେ ଧନ୍ୟବାଦର ପାତ୍ର। କରୋନା ଟୀକା ନଆସିବା ପର୍ଯ୍ୟନ୍ତ ମାସ୍କ ପିନ୍ଧିବା, ଦୁଇ ମିଟର ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ବ୍ୟବଧାନରେ ହାତ ଧୋଇବା ପାଇଁ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ କୋଭିଡ୍‌-୧୯ର ପରିଚାଳନା, ମୁକାବିଲା ଓ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ […]

dharmendra

Manoranjan Sial
  • Published: Sunday, 04 October 2020
  • , Updated: 04 October 2020, 04:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୋଭିଡ୍‌-୧୯ ପରିଚାଳନାରେ ଭାରତ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ଭଲ କାମ କରୁଛନ୍ତି। କରୋନା ଯୋଦ୍ଧାମାନେ ମଧ୍ୟ ବହୁତ ଭଲ କାମ କରୁଛନ୍ତି। ସେମାନେ ଧନ୍ୟବାଦର ପାତ୍ର। କରୋନା ଟୀକା ନଆସିବା ପର୍ଯ୍ୟନ୍ତ ମାସ୍କ ପିନ୍ଧିବା, ଦୁଇ ମିଟର ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ବ୍ୟବଧାନରେ ହାତ ଧୋଇବା ପାଇଁ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶାରେ କୋଭିଡ୍‌-୧୯ର ପରିଚାଳନା, ମୁକାବିଲା ଓ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକ, ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା, ଆଇଏଲଏସ୍‌ ନିର୍ଦ୍ଦେଶକ ଅଜୟ କୁମାର ପରିଡ଼ା ଓ ଆଇସିଏଫ୍‌ଏମ୍‌ଡିର ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି। ଏହା ପରେ ଶ୍ରୀ ପ୍ରଧାନ କହିଛନ୍ତି-“ଏମ୍‌ସ ନିର୍ଦ୍ଦେଶିକ, ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା, ଆଇଏଲଏସ୍‌ ନିର୍ଦ୍ଦେଶକ ଓ ଆଇସିଏଫ୍‌ଏମ୍‌ଡି ସଂସ୍ଥା ରାଜ୍ୟ ସରକାରଙ୍କ ସହ ମିଶି ଭଲ କାମ କରୁଛନ୍ତି। ଓଡ଼ିଶାରେ ବିଭିନ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯଥା ଆଇଓସିଏଲ, ଏମ୍‌ସିଏଲ୍‌, ଏନ୍‌ଟିପିସି, ସେଲ୍‌, ପାରାଦୀପ ପୋର୍ଟ ରାଜ୍ୟରେ କୋଭିଡ୍ ହସ୍ପିଟାଲ ଓ ଲାବ୍ରୋଟୋରୀ ଟେଷ୍ଟିଂ ପ୍ରତିଷ୍ଠା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।”

Related story