ଗୋ’ ଚାଲାଣ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ଗୋରୁ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଥିଲା। ଫଳରେ ୨୮ ଗୋରୁଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଗୋ’ ଚାଲାଣ ରୋକିବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ଷଡଙ୍ଗୀ ଚିଠିରେ ଲେଖିଛନ୍ତି, ଟ୍ରକ୍‌ରେ ଗୋରୁ ବୋଝେଇ ହୋଇ କଂସେଇ ଖାନା ଯାଉଥିବା ମୁଁ ନିଃସନ୍ଦେହ। କୋଲକାତା କିମ୍ବା ବାଂଲାଦେଶ କଂସେଇ ଖାନା ଯାଉଥିଲା ଗୋରୁ ଗାଡ଼ି। ଗୋ’ ଚାଲାଣ […]

cow

Manoranjan Sial
  • Published: Thursday, 18 February 2021
  • , Updated: 19 February 2021, 12:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ଗୋରୁ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଥିଲା। ଫଳରେ ୨୮ ଗୋରୁଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଗୋ’ ଚାଲାଣ ରୋକିବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀ ଷଡଙ୍ଗୀ ଚିଠିରେ ଲେଖିଛନ୍ତି, ଟ୍ରକ୍‌ରେ ଗୋରୁ ବୋଝେଇ ହୋଇ କଂସେଇ ଖାନା ଯାଉଥିବା ମୁଁ ନିଃସନ୍ଦେହ। କୋଲକାତା କିମ୍ବା ବାଂଲାଦେଶ କଂସେଇ ଖାନା ଯାଉଥିଲା ଗୋରୁ ଗାଡ଼ି। ଗୋ’ ଚାଲାଣ ବନ୍ଦ କରାଯିବା ପାଇଁ କଡ଼ା ପଦକ୍ଷେପ ନିଆଯାଉ। ଏଥିପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ କହି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି ଗୋ’ଚାଲାଣ ନିରୋଧ ଆଇନ କାର୍ଯ୍ୟକାରୀ କରନ୍ତୁ। ଗୋ ହତ୍ୟାକୁ ମାନବ ସମାନ ହତ୍ୟା ଭାବେ ବିବେଚନା କରାଯାଉ। ଏପରିକି ପାଟ୍ରୋଲିଂ କଡ଼ାକଡ଼ି ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।

https://youtu.be/NeM4BuWPDFU

ଆଜି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧି ଛକରେ ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ ତଳକୁ ଖସିପଡ଼ିଥିଲା ଏକ ଗୋରୁ ବୋଝେଇ ଟ୍ରକ୍। ଏଥିରେ ଥିବା ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାଛଡ଼ା ୨୮ଟି ଗୋରୁଙ୍କର ମୃତ୍ୟୁ ଘଟିଥିଲା। ବସ୍ତା ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆହତ ଗୋରୁମାନଙ୍କୁ ଉଦ୍ଧାର କରିଛନ୍ତି।

ଭଦ୍ରକ ପଟୁ ଯାଉଥିବା ଟ୍ରକ୍‌ରେ ୧୦୦ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣାପଡ଼ିଛି।

Related story