ଓଡ଼ିଶାରେ ପହଞ୍ଚିଲେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପହଞ୍ଚିଛନ୍ତି ଦୁଇଜଣିଆ କେନ୍ଦ୍ରୀୟ ଟିମ୍‌। ଭୁବନେଶ୍ୱରରେ ପହଞ୍ଚିବା ପରେ କେନ୍ଦ୍ରୀୟ ଟିମ୍‌ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କାଲକାତା ସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇଜିନ ଆଣ୍ଡ ପବ୍ଲିକ ହେଲ୍‌ଥର ପ୍ରଫେସର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ରଙ୍କୁ ନେଇ ଗଠିତ ଟିମ୍‌ ଆଜି ସରକାରୀ ଓ ଘରୋଇ ହସ୍ପିଟାଲ ହସ୍ପିଟାଲ ପରିଦର୍ଶନ କରିବେ। ଏଥିସହ ଟିକାକରଣ […]

Shibani Dutta

Manoranjan Sial
  • Published: Monday, 05 July 2021
  • , Updated: 05 July 2021, 06:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପହଞ୍ଚିଛନ୍ତି ଦୁଇଜଣିଆ କେନ୍ଦ୍ରୀୟ ଟିମ୍‌। ଭୁବନେଶ୍ୱରରେ ପହଞ୍ଚିବା ପରେ କେନ୍ଦ୍ରୀୟ ଟିମ୍‌ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

କାଲକାତା ସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇଜିନ ଆଣ୍ଡ ପବ୍ଲିକ ହେଲ୍‌ଥର ପ୍ରଫେସର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ରଙ୍କୁ ନେଇ ଗଠିତ ଟିମ୍‌ ଆଜି ସରକାରୀ ଓ ଘରୋଇ ହସ୍ପିଟାଲ ହସ୍ପିଟାଲ ପରିଦର୍ଶନ କରିବେ। ଏଥିସହ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଏହି ଟିମ୍‌ ପୁରୀ ଓ ଜଗତସିଂହପୁର ପରିଦର୍ଶନ କରିବ।

ଓଡିଶାରେ କେନ୍ଦ୍ରୀୟ ଟିମ୍ ୭ ଦିନ ରହିବା ପରେ ବିଭିନ୍ନ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ସହ ବୈଠକ କରି ରିପୋର୍ଟ ଦେବ ଏହି ଟିମ୍। ରାଜ୍ୟରେ ସଂକ୍ରମଣ ହାର କାହିଁକି ସ୍ଥିର ରହୁଛି? ମୃତ୍ୟୁ ସଂଖ୍ୟା କାହିଁକି କମୁନାହିଁ? ଏ ନେଇ ଅନୁଧ୍ୟାନ କରିବା ସହ ଟ୍ରିଟ୍‌ମେଣ୍ଟ, ଟ୍ରେସିଂ ଓ ଟିକାକରଣର ଅଗ୍ରଗତି ନେଇ ମଧ୍ୟ ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍। ଅଧିକ କୋଭିଡ୍‌ ସଂକ୍ରମିତ ଜିଲ୍ଲା କ୍ଷେତ୍ର ପରିଦର୍ଶନରେ ଯିବେ। ଏହାପରେ କେନ୍ଦ୍ରୀୟ ଟିମ୍‌ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। କିଛିଦିନ ହେଲା ରାଜ୍ୟରେ ୨୮୦୦ରୁ ୩୫୦୦ ଭିତରେ ରହୁଛି। କଟକଣା ସତ୍ତ୍ୱେ ମଧ୍ୟ ସଂକ୍ରମଣ କମୁନାହିଁ। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ।

Related story