ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍, ଦ୍ୱିତୀୟ ଏମ୍ସ ପାଇଁ ଅନୁଧ୍ୟାନ କରିବ ଭିତ୍ତିଭୂମି

ସୁନ୍ଦରଗଡ଼(ବିଜୟ ବରୁଆ): ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍ ପହଁଚିଛି । ଦ୍ୱିତୀୟ ଏମ୍ସ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଅନୁଧ୍ୟାନ ପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛି ୫ ଜଣିଆ କେନ୍ଦ୍ରୀୟ ଟିମ୍ । ରାଜ୍ୟ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟର ୪ ଜଣ ସଦସ୍ୟ ବି ସାଥିରେ ଅଛନ୍ତି  । ଏହି ଟିମ୍  ସୁନ୍ଦରଗଡ଼ NTPC ମେଡିକାଲ କଲେଜ ଭିତ୍ତିଭୂମି ଅନୁଧ୍ୟାନ କରିବ । ଅନୁଧ୍ୟାନ ପରେ ପ୍ରାଥମିକ ରିପୋର୍ଟ କେନ୍ଦ୍ରକୁ ଦିଆଯିବ  । […]

NTPC medical college

Niharika Rout
  • Published: Saturday, 03 April 2021
  • , Updated: 03 April 2021, 12:07 PM IST

ସୁନ୍ଦରଗଡ଼(ବିଜୟ ବରୁଆ): ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍ ପହଁଚିଛି । ଦ୍ୱିତୀୟ ଏମ୍ସ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଅନୁଧ୍ୟାନ ପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛି ୫ ଜଣିଆ କେନ୍ଦ୍ରୀୟ ଟିମ୍ । ରାଜ୍ୟ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟର ୪ ଜଣ ସଦସ୍ୟ ବି ସାଥିରେ ଅଛନ୍ତି  । ଏହି ଟିମ୍  ସୁନ୍ଦରଗଡ଼ NTPC ମେଡିକାଲ କଲେଜ ଭିତ୍ତିଭୂମି ଅନୁଧ୍ୟାନ କରିବ । ଅନୁଧ୍ୟାନ ପରେ ପ୍ରାଥମିକ ରିପୋର୍ଟ କେନ୍ଦ୍ରକୁ ଦିଆଯିବ  ।

ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହାପରେ ଆଜି କେନ୍ଦ୍ରୀୟ ଟିମ୍  ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି  ।

ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କହିଛନ୍ତି, ଟିମ୍ ଭିତ୍ତିଭୂମି ଅନୁଧ୍ୟାନ କରି ରିପୋର୍ଟ ଦେବ ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରେ ନିଷ୍ପତ୍ତି ନେବେ । ଯଦି ରାଜ୍ୟ ସରକାର ଏହାକୁ ମେଡିକାଲ କଲେଜ ନକରନ୍ତି, ତାହେଲେ କେନ୍ଦ୍ର ଏହାକୁ ଏମ୍ସ କରିବ ବୋଲି ଜୁଏଲ କହିଛନ୍ତି।

Related story