ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବନ୍ୟାଜନିତ କ୍ଷୟକ୍ଷତି ଆକଳନ ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ ସଦସ୍ୟ । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।
ଏହାପରେ ଟିମ୍ ସଦସ୍ୟମାନେ ବନ୍ୟାରେ ସର୍ବାଧିକ ପ୍ରଭାବିତ ୪ ଜିଲ୍ଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମ୍ରେ କୃଷି ଓ କୃଷକ କଲ୍ୟାଣ, ଜଳ ସଂପଦ, ଭୂପୃଷ୍ଠ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରାଳୟର ସଦସ୍ୟ ଅଛନ୍ତି ।
ବନ୍ୟାଞ୍ଚଳ ପରିଦର୍ଶନ ପରେ ଟିମ୍ ସଦସ୍ୟମାନେ ୧୭ ତାରିଖରେ ଭୁବନେଶ୍ୱର ଫେରି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।