ପାଠ ପଢ଼ି ନଥିଲେ ମଧ୍ୟ ଡ୍ରାଇଭରଙ୍କୁ ମିଳିବ ଲାଇସେନ୍ସ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଠ ପଢ଼ିନଥିଲେ ମଧ୍ୟ ଚାଳକଙ୍କୁ ମିଳିବ ଡ୍ରାଇଭିଂ ଲାଇସେନ୍ସ। ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଉଚ୍ଛେଦ କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଦକ୍ଷ ଲୋକମାନେ ଉପକୃତ ହୋଇପାରିବେ। ପୂର୍ବରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ର ନିୟମ ୮ ଅନୁଯାୟୀ ଏକ ପରିବହନ ବାହନର ଡ୍ରାଇଭରଙ୍କ ପାଇଁ ଅଷ୍ଟମ ପାସ୍‌ କରିବା ବାଧ୍ୟତାମୂଳକ ଥିଲା। […]

central-transport-ministry-to-abolish-minmum-education-qualification-requirement-for-drivers-licence

Manoranjan Sial
  • Published: Tuesday, 18 June 2019
  • , Updated: 18 June 2019, 08:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଠ ପଢ଼ିନଥିଲେ ମଧ୍ୟ ଚାଳକଙ୍କୁ ମିଳିବ ଡ୍ରାଇଭିଂ ଲାଇସେନ୍ସ। ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଉଚ୍ଛେଦ କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଦକ୍ଷ ଲୋକମାନେ ଉପକୃତ ହୋଇପାରିବେ।

ପୂର୍ବରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ର ନିୟମ ୮ ଅନୁଯାୟୀ ଏକ ପରିବହନ ବାହନର ଡ୍ରାଇଭରଙ୍କ ପାଇଁ ଅଷ୍ଟମ ପାସ୍‌ କରିବା ବାଧ୍ୟତାମୂଳକ ଥିଲା। ତେବେ ଦେଶର ଗ୍ରାମାଞ୍ଚଳରେ ଏମିତି ଅନେକ ବେରୋଜଗାର ଲୋକ ଅଛନ୍ତି, ଯେଉଁମାନଙ୍କ ନିକଟରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନାହିଁ। ଏହା ସତ୍ତ୍ୱେ ସେମାନେ ଗାଡ଼ି ଚାଳନା ସମ୍ପର୍କରେ ସଚେତନ ଓ ଦକ୍ଷ।

ନିକଟରେ ସଡ଼କ ପରିବହନ ମନ୍ତ୍ରଣାଳୟପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ହରିଆଣା ସରକାର ଗାଡ଼ି ଚାଳକଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସର୍ତ୍ତକୁ ଉଚ୍ଛେଦ କରିବା ଲାଗି ଅନୁରୋଧ କରିଥିଲେ। ହରିଆଣା ସରକାର ତାଙ୍କ ଅନୁରୋଧରେ ଦର୍ଶାଇଥିଲେ ଯେ, ଏହି ଅଞ୍ଚଳରେ ଅଧିକାଂଶ ଲୋକ ଗାଡ଼ି ଚାଳନାରେ ଦକ୍ଷ ହୋଇଥିଲେ ମଧ୍ୟ ଆବଶ୍ୟକ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଅଭାବରୁ ସେମାନେ ଗାଡ଼ି ଚାଳନା ଲାଇସେନ୍ସ ପାଇପାରୁ ନାହାନ୍ତି।

ହରିଆଣା ସରକାରଙ୍କ ଏପରି ଅପିଲ୍‌କୁ ମନ୍ତ୍ରଣାଳୟ ଗ୍ରହଣ କରିଥିଲା ଏବଂ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ପେସାଗତ ଦକ୍ଷତାକୁ ଗୁରୁତ୍ୱ ଦେଇଥିଲା। ଯୋଗ୍ୟ ବେରୋଜଗାର ଯୁବକମାନଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସର୍ତ୍ତ ଏକ ବାଧକ ଭାବେ ଉଭା ହେଉଛି ବୋଲି ଏଥିରେ କୁହାଯାଇଥିଲା।

ଯଦିଓ, ମନ୍ତ୍ରଣାଳୟ ପକ୍ଷରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସର୍ତ୍ତକୁ ଉଚ୍ଛେଦ କରାଯାଇଛି। ତଥାପି ବାହନ ଚାଳକମାନଙ୍କ ତାଲିମ ଓ ଦକ୍ଷତା କ୍ଷେତ୍ରରେ କୌଣସି ପ୍ରକାରର ସାଲିସ କରା ନଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ତେଣୁ ଡ୍ରାଇଭିଂ ଲାଇସେନ୍ସ ଲାଗି ଆବେଦନ କରୁଥିବା ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ଭାବେ କଡ଼ା ଦକ୍ଷତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ।

Related story