ବିଧାନ ପରିଷଦ ଗଠନକୁ ନେଇ ସ୍ପଷ୍ଟୀକରଣ ମାଗିଲା କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ମାଗିଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଫେବୃୟାରୀ ୧୫ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିବା ପରେ ତା’ର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ବିଧାନପରିଷଦ ଗଠନ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଲୋଡ଼ିବା ପରେ ବିଧାନସଭା ପକ୍ଷରୁ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ […]

odisha assembly

Ordigital Desk
  • Published: Saturday, 05 March 2022
  • , Updated: 05 March 2022, 09:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ମାଗିଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଫେବୃୟାରୀ ୧୫ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିବା ପରେ ତା’ର ଉତ୍ତରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ବିଧାନପରିଷଦ ଗଠନ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଲୋଡ଼ିବା ପରେ ବିଧାନସଭା ପକ୍ଷରୁ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ସେ ଯେଉଁ ଚିଠି ପଠାଇଥିଲେ ତାହା ଆଧାରରେ କେନ୍ଦ୍ର ସରକାରରୁ ଏକ ଚିଠି ଆସିଛିି ଯେଉଁଥିରେ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗରୁ କେତେକ ସ୍ପଷ୍ଟୀକରଣ ଚାହିଁଛନ୍ତି। ବିଧାନସଭା ପକ୍ଷରୁ ଏହି ଚିଠିକୁ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି ।କେନ୍ଦ୍ର ସରକାର ଯାହା ଲେଖିଛନ୍ତି ତା’ର ଉତ୍ତର ସଂସଦୀୟ ବ୍ୟାପାର ବିଭାଗ ଦେବ। ଏହାସହିତ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ପାରିତ ସଂକଳ୍ପକୁ କେନ୍ଦ୍ର ସରକାର ପାଇଥିବା ମଧ୍ୟ ସ୍ପଷ୍ଟ ହୋଇଛି । କାରଣ କେନ୍ଦ୍ର ସରକାର ଏହି ସଂକଳ୍ପ ପାଇଥିବାରୁ ହିଁ ପରିଷଦ ଗଠନକୁ ନେଇ ଆଉ କେତେକ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି । ତେବେ କେନ୍ଦ୍ର ସରକାର କେଉଁ ସବୁ ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି ତାହା ଜଣାପଡ଼ିନି ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ପାରିତ କୌଣସି ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ମିଳିନାହିଁ ବୋଲି ଫେବୃୟାରୀ ୧୨ତାରିଖରେ ରାଜ୍ୟସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜ୍ଜୁ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଥିଲେ । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ବାଚସ୍ପତି ଶ୍ରୀ ପାତ୍ର ଫେବୃୟାରୀ ୧୫ତାରିଖରେ ବିସ୍ତୃତ ଦସ୍ତାବିଜ ସହ ୨ଟି ଚିଠି କେନ୍ଦ୍ର ମନ୍ତ୍ରୀ କିରେନ ରିଜ୍ଜୁଙ୍କୁ ଲେଖି ସମଗ୍ର ଘଟଣାକ୍ରମର ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ଏହାସହିତ ବିଧାନ ପରିଷଦ ଗଠନକୁ ନେଇ ପାରିତ ସଂକଳ୍ପ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ଚିଠିକୁ ମଧ୍ୟ ବାଚସ୍ପତି ଗଣମାଧ୍ୟମକୁ ଅବଗତ କରାଇଥିଲେ ।

ସୂଚନାଯୋଗ୍ୟ, ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ବିଧାନସଭାରେ ୨୦୧୮ ସେପ୍ଟେମ୍ବର ୬ତାରିଖରେ ଏକ ସଂକଳ୍ପ ପାରିତ ହୋଇଥିଲା । ଏହି ସଂକଳ୍ପ ସଂକ୍ରାନ୍ତରେ ସେହିମାସ ୧୮ତାରିଖରେ ଓଡ଼ିଶା ବିଧାନସଭା ପକ୍ଷରୁ ଲୋକସଭା ଓ ରାଜ୍ୟସଭାର ସେକ୍ରେଟାରୀ ଜେନେରାଲ, ଆଇନ ମନ୍ତ୍ରଣାଳୟ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଥିଲା ।

Related story