ପିଆଜ ଯୋଗାଣ ନେଇ କେନ୍ଦ୍ରର ଆଶ୍ୱସ୍ତି, ଓଡ଼ିଶା ମଗାଇବ କେବେ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାର୍ବଣର ଉତ୍ସବ ପୂର୍ବରୁ ଲୁହର କାରଣ ପାଲଟିଛି ହୁ ହୁ ହୋଇ ବଢ଼ୁଥିବା ପିଆଜ ଦର। ସବୁଠାରୁ ଅଧିକ ପିଆଜ ଯୋଗାଉଥିବା ମହାରାଷ୍ଟ୍ରରେ ଆସନ୍ତା ମାସରେ ନିର୍ବାଚନ ଥିବାବେଳେ ଏହି ସମୟରେ ପିଆଜ ସଙ୍କଟ ଚିନ୍ତାର କାରଣ ପାଲଟିଛି। ତେବେ ପିଆଜ ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଆଶ୍ୱସ୍ତି ପ୍ରଦାନ କରାଯିବା ପରେ ବିଭିନ୍ନ ରାଜ୍ୟ ଏନେଇ ଦାବି କରିସାରିଛନ୍ତି ଏବଂ ପିଆଜ ଯୋଗାଣ ଆରମ୍ଭ ହୋଇସାରିଥିଛି। କିନ୍ତୁ ଏଯାଏ ଓଡ଼ିଶା […]

onion

onion

Subrat Kumar Nayak
  • Published: Friday, 27 September 2019
  • Updated: 27 September 2019, 05:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାର୍ବଣର ଉତ୍ସବ ପୂର୍ବରୁ ଲୁହର କାରଣ ପାଲଟିଛି ହୁ ହୁ ହୋଇ ବଢ଼ୁଥିବା ପିଆଜ ଦର। ସବୁଠାରୁ ଅଧିକ ପିଆଜ ଯୋଗାଉଥିବା ମହାରାଷ୍ଟ୍ରରେ ଆସନ୍ତା ମାସରେ ନିର୍ବାଚନ ଥିବାବେଳେ ଏହି ସମୟରେ ପିଆଜ ସଙ୍କଟ ଚିନ୍ତାର କାରଣ ପାଲଟିଛି। ତେବେ ପିଆଜ ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଆଶ୍ୱସ୍ତି ପ୍ରଦାନ କରାଯିବା ପରେ ବିଭିନ୍ନ ରାଜ୍ୟ ଏନେଇ ଦାବି କରିସାରିଛନ୍ତି ଏବଂ ପିଆଜ ଯୋଗାଣ ଆରମ୍ଭ ହୋଇସାରିଥିଛି। କିନ୍ତୁ ଏଯାଏ ଓଡ଼ିଶା ଖୋଲାଖୋଲି କିଛି ମତ ରଖିନାହିଁ।
https://twitter.com/irvpaswan/status/1177149809204973568?s=20
ତେବେ ଏହା ପୂର୍ବରୁ କେନ୍ଦ୍ର ଖାଉଟି ଯୋଗାଣ ମନ୍ତ୍ରୀ ରାମବିଲାଶ ପାଶ୍ୱାନ କହିଛନ୍ତି, ଯଦି କୌଣସି ରାଜ୍ୟ ପିଆଜ ନିଅଣ୍ଟ ହୋଇଥିବା ମନେ କରୁଛନ୍ତି ଆମକୁ ଜଣାନ୍ତୁ। ଦାବି ଅନୁଯାୟୀ ପିଆଜ ଯୋଗାଣ ତୁରନ୍ତ ଆରମ୍ଭ ହେବ।

ସେ ଆହୁରି ମଧ୍ୟ କହିଥିଲେ, ନାଫେଡ୍‌ ହରିଆଣାକୁ ପ୍ରଥମେ ୧୦ ଟ୍ରକ୍‌ ପିଆଜ ପଠାଇଥିବାବେଳେ ଆଉ ୫ଟି ଟ୍ରକ୍‌ ପରେ ପଠାଯାଇଛି। ସେହିଭଳି ପଶ୍ଚିମବଙ୍ଗ ସରକାର ୨୦୦ ଟନ୍‌ ପିଆଜ ମାଗିଥିବାବେଳେ ଆଜି ୨୨ ଟନ୍‌ ପଠାଯାଇଛି, ପରେ ଆହୁରି ପିଆଜ ପଠାଯିବାର ଅଛି। ସେହିଭଳି ଦିଲ୍ଲୀକୁ ପ୍ରତିଦିନ ୪ଟି ଟ୍ରକ୍‌ ଲେଖାଏ ୫ ଦିନ ଯାଏ ପିଆଜ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ଓଡ଼ିଶାରେ ମଧ୍ୟ ପିଆଜ କିଲୋ ପ୍ରତି ୫୫ ଟଙ୍କା ପହଞ୍ଚିସାରିଛି। ଆଗକୁ ପିଆଜ ଦର ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରରୁ ପିଆଜ ମଗାଯାଇଛି କି ନାହିଁ ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଯଦିଓ ଖାଉଟି କଲ୍ୟାଣ ସଚିବ ଭିଭି ଯାଦବ ଏନେଇ ଆଲୋଚନା କରିବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି, ଏହା ପରର ନିଷ୍ପତ୍ତି କିଛି ଜଣାପଡ଼ିନାହିଁ। ନାଫେଡ୍‌ ଯୋଗାଉଥିବା ପିଆଜର ମାନ ପରୀକ୍ଷା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଶ୍ୱାସନା ଦେଇଥିଲେ। ସେ ଭୟଭୀତ ନହେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ତେବେ ପିଆଜ ସଙ୍କଟ ଦୂରୀକରଣ ପାଇଁ ଭବିଷ୍ୟତର କାର୍ଯ୍ୟପନ୍ଥା ବାବଦରେ ସରକାର ସ୍ପଷ୍ଟୋକ୍ତି ରଖିବାକୁ ସାଧାରଣରେ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos