ଚିଲିକାରେ ହେବନି ଜଳ ବିମାନ ବନ୍ଦର
- Published: Tuesday, 11 September 2018
- , Updated: 11 September 2018, 03:23 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକାରେ ହେବାକୁ ଥିବା ଜଳ ବିମାନ ବନ୍ଦର ବା ଓ୍ୱାଟର ଏରୋଡ୍ରମ୍‌ ପ୍ରସ୍ତାବରୁ କେନ୍ଦ୍ର ସରକାର ଓହରି ଯାଇଛନ୍ତି। ଚିଲିକାର ପ୍ରକୃତିକ ଜୈବ ବିବିଧତାକୁ ଦେଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଳାପଡ଼ିଛି।</p>
<p>ପୂର୍ବରୁ ପ୍ରସ୍ତାବକୁ ବିଭିନ୍ନ ସଂଗଠନ ତରଫରୁ ବିରୋଧ କରାଯାଇଥିଲା। କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ସ୍ଥଗିତ ରଖିବା ପାଇଁ ଜିଏ ବିଭାଗକୁ ଜଣାଇ ଦେଇଛନ୍ତି। ଚିଲିକାରେ ସିପ୍ଲେନ୍‌ ପ୍ରକଳ୍ପ କରାଗଲେ ୧୦ଲକ୍ଷ ପକ୍ଷୀ ପ୍ରଭାବିତ ହେବା ସହ ଜଳଚର ଜୀବ ଓ ଏହାର ଚତୁଃପାର୍ଶ୍ୱରେ ଥିବା ଗ୍ରାମର ମତ୍ସଜୀବୀମାନେ ମଧ୍ୟ ପ୍ରଭାବିତ ହେବେ। ଏନେଇ ସେପ୍ଟେମ୍ବର ୪ତାରିଖରେ ସିଡିଏ ପକ୍ଷରୁ ଏଏଆଇକୁ ଜଣାଇ ଦିଆଯାଇଥିଲା।</p>
<p>ଗତ ୭ ତାରିଖରେ କେନ୍ଦ୍ର ସରକାରଙ୍କ ସହ ଭିଡିଓ କନଫରେନ୍ସିଂ ବେଳେ ରାଜ୍ୟ ସରକାର ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପ୍ରୋଜେକ୍ଟରୁ ଓହରିଥିବା ଜଣାଇଛନ୍ତି।</p>