କେନ୍ଦ୍ର ଅର୍ଥକୁ ଠିକ୍ ଭାବେ ଖର୍ଚ୍ଚ କରିପାରୁନି ଓଡ଼ିଶା: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନର ବ୍ୟବଧାନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିବାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ତୀବ୍ର ସମାଲୋଚନା କରିଛନ୍ତି। ଶ୍ରୀ ଷଡ଼ଙ୍ଗୀ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି କହିଛନ୍ତି ଯେ, କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ଏଠି ରାଜ୍ୟ ସରକାର ଠିକ୍ ଭାବେ ଖର୍ଚ୍ଚ କରିପାରୁନାହାନ୍ତି। ବିଜେଡିର ଅଧିକ ସାଂସଦ ଅଛନ୍ତି। ଯଦି ତା’ ସତ୍ତ୍ୱେ ରାଜ୍ୟରେ ଉନ୍ନତିମୂଳକ […]

p

Hemant Lenka
  • Published: Saturday, 19 December 2020
  • , Updated: 19 December 2020, 07:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନର ବ୍ୟବଧାନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିବାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ତୀବ୍ର ସମାଲୋଚନା କରିଛନ୍ତି।

ଶ୍ରୀ ଷଡ଼ଙ୍ଗୀ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି କହିଛନ୍ତି ଯେ, କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ଏଠି ରାଜ୍ୟ ସରକାର ଠିକ୍ ଭାବେ ଖର୍ଚ୍ଚ କରିପାରୁନାହାନ୍ତି। ବିଜେଡିର ଅଧିକ ସାଂସଦ ଅଛନ୍ତି। ଯଦି ତା’ ସତ୍ତ୍ୱେ ରାଜ୍ୟରେ ଉନ୍ନତିମୂଳକ କାମ ହେଉନି ତା’ହେଲେ ସେମାନେ ଦାୟୀ। ଏନଡିଏ ସରକାର ଅମଳରେ ୟୁପିଏ ତୁଳନାରେ ଓଡ଼ିଶାକୁ ୪ଗୁଣା ଅଧିକ ଅନୁଦାନ ମିଳିଛି । ନବୀନବାବୁ ନିଜେ କେନ୍ଦ୍ରରେ ମନ୍ତ୍ରୀଥିବାବେଳେ କାହିଁକି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କରାଇ ଦେଲନି ବୋଲି ସେ ପ୍ରଶ୍ନ କରିଛନ୍ତି। ସ୍ୱତନ୍ତ୍ର ରାଜ୍ୟ ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରୁପାରୁନି ଓଡ଼ିଶା। ତେଣୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ହୋଇପାରିବ ନାହିଁ।

ସୂଚନାଯୋଗ୍ୟ, ଗତକାଲି ନବୀନ ପଟ୍ଟନାୟକ ଦଳର ଯୁବଶାଖାର ରାଜ୍ୟ କାର୍ଯ୍ୟକାରିଣୀକୁ ସମ୍ବୋଧିତ କରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇଥିଲେ। ଯଦିଓ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଦ୍ୱାରା ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ’ ମାନ୍ୟତା ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ସାରିଛି।

Related story