ଓଡ଼ିଶାକୁ ସର୍ବାଧିକ କାମ୍ପା ପାଣ୍ଠି, ବିଜେପିର ପ୍ରଶଂସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ‘କାମ୍ପା’ ଯୋଜନାରେ ଓଡ଼ିଶାକୁ ସର୍ବାଧିକ ୫୯୩୪ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଏହି ଯୋଜନାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାକୁ ଅଧିକ ପାଣ୍ଠି ଦିଆଯାଇଥିବାରୁ ରାଜ୍ୟ ବିଜେପି ଆଜି କେନ୍ଦ୍ର ସରକାରଙ୍କ ପ୍ରଶଂସା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ଓଡ଼ିଶାକୁ କ୍ରମାଗତ ପ୍ରାଥମିକତା ମିଳିଛି। ଏହି ଅନୁଦାନ ରାଜ୍ୟରେ ପୁନଃ ବନୀକରଣ ଓ ପରିବେଶକୁ ସବୁଜ ସୁନ୍ଦର କରିବାରେ ବିଶେଷ ସହାୟକ ବୋଲି ବିଜେପି କହିଛି। ଆଜି ନୂଆଦିଲ୍ଲୀରେ କେନ୍ଦ୍ର […]

babul

Subrat Kumar Nayak
  • Published: Thursday, 29 August 2019
  • , Updated: 29 August 2019, 08:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ‘କାମ୍ପା’ ଯୋଜନାରେ ଓଡ଼ିଶାକୁ ସର୍ବାଧିକ ୫୯୩୪ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଏହି ଯୋଜନାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାକୁ ଅଧିକ ପାଣ୍ଠି ଦିଆଯାଇଥିବାରୁ ରାଜ୍ୟ ବିଜେପି ଆଜି କେନ୍ଦ୍ର ସରକାରଙ୍କ ପ୍ରଶଂସା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ଓଡ଼ିଶାକୁ କ୍ରମାଗତ ପ୍ରାଥମିକତା ମିଳିଛି। ଏହି ଅନୁଦାନ ରାଜ୍ୟରେ ପୁନଃ ବନୀକରଣ ଓ ପରିବେଶକୁ ସବୁଜ ସୁନ୍ଦର କରିବାରେ ବିଶେଷ ସହାୟକ ବୋଲି ବିଜେପି କହିଛି।

ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଦେଶର ୨୭ଟି ରାଜ୍ୟକୁ ବନୀକରଣ ପାଇଁ କେନ୍ଦ୍ର ସରକାର କାମ୍ପା ଯୋଜନାରେ ମୋଟ ୪୭,୪୩୬କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଓଡ଼ିଶା ଗତ ୨ବର୍ଷ ମଧ୍ୟରେ ୮୮୫ବର୍ଗ କିମି ଜଙ୍ଗଲ ଅଞ୍ଚଳ ବୃଦ୍ଧି କରିଥିବାରୁ କେନ୍ଦ୍ର ସରକାର ପ୍ରଶଂସା କରିବା ସହ କାମ୍ପା ଯୋଜନାରେ ୫୯୩୩.୯୮ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।

ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସଚିବ ମୋନା ଶର୍ମା ଏହି ଅନୁଦାନ ରାଶିର ଚେକ୍ ଗ୍ରହଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ, ୨୦୦୯-୧୦ରୁ ୨୦୧୭-୧୮ ମସିହା ମଧ୍ୟରେ କାମ୍ପା ଯୋଜନାରେ ଓଡ଼ିଶାକୁ ମୋଟ ୨୬୪୪କୋଟି ଟଙ୍କା ମିଳିଛି। ଏଥିରୁ ୨୬୦୭କୋଟି ଟଙ୍କା ଓଡ଼ିଶା ଖର୍ଚ୍ଚ କରିସାରିଛି।

ଏହି ଫଣ୍ଡ ଦରମା, ପ୍ରୋତ୍ସାହନ ରାଶି ବା ଅନ୍ୟ ଖର୍ଚ୍ଚ ବାବଦରେ ଖର୍ଚ୍ଚ କରାଯାଇପାରିବନି ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ବିଭିନ୍ନ ରାଜ୍ୟ ବଜେଟ୍‌ ପୂର୍ବବତ୍‌ ରହିବ ଏବଂ ଏହି ଫଣ୍ଡ ଏଥିରେ ଅତିରିକ୍ତ ଭାବେ ଯୋଡ଼ି ହେବ। ଏହା ଜଙ୍ଗଲର ପରିସର ବୃଦ୍ଧି ଦିଗରେ କରାଯାଉଥିବା ବିଭିନ୍ନ ବନୀକରଣ କାର୍ଯ୍ୟରେ ଉପଯୋଗ ହେବ। ଏହା ଫଳରେ ବୃଦ୍ଧି ପାଉଥିବା ଅଙ୍ଗାରକାମ୍ଲର ମୁକାବିଲା ହୋଇପାରିବ ବୋଲି ସେ କହିଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଫଣ୍ଡ ଗଛ ସଂଖ୍ୟା ହ୍ରାସ ହୋଇଥିବା ଅଞ୍ଚଳରେ ପୁନଃ ବନୀକରଣ, ବନ୍ୟଜନ୍ତୁ ପରିଚାଳନା, ନିଆଁ ଦାଉରୁ ରକ୍ଷା କରିବା ଏବଂ ଜୈବ ବିବଧତାର ପରିଚାଳନା ଆଦି ଦିଗରେ ବିନିଯୋଗ କରାଯାଇ ପାରିବ।

Related story