ରାଜ୍ୟ ବ୍ୟାପୀ ସାର ସଙ୍କଟ, ଚାଷୀ ଚିନ୍ତାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟାଏ ପଟେ ସାର ସଙ୍କଟ। ଅନ୍ୟପଟେ ଚାଲିଛି ସାର କଳାବଜାରୀ। ଯେଉଁଠି ଲୁଚାଛପାରେ ସାର ବିକ୍ରି ହେଉଛି, ସେଠାରେ ଦାମ୍ ଦୁଇଗୁଣା। ଚଢ଼ା ଦରରେ ସାର କିଣି ଶୋଷଣ ହେଉଛନ୍ତି ଚାଷୀ। ସେପଟେ ସୋସାଇଟି କହୁଛି ସାର ନାହିଁ। ଏଭଳି ସ୍ଥିତିରେ ଚାଷୀ ବା ଆଉ କଣ କରିବ। ବାଧ୍ୟ ହୋଇ ହାଟ ବଜାରରୁ କଳାବଜାରୀରେ ମିଳୁଥିବା ସାରକୁ ଚଢ଼ା ଦାମ୍‌ରେ କିଣୁଛି। ସମ୍ବଲପୁର ଏଭଳି ସ୍ଥିତି। ଏଠାର ବିଭିନ୍ନ ସୋସାଇଟିର ଗୋଦାମ୍ ଅଛି, […]

fatiliser

fatiliser

Niranjan Mishra
  • Published: Tuesday, 30 August 2022
  • Updated: 30 August 2022, 08:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟାଏ ପଟେ ସାର ସଙ୍କଟ। ଅନ୍ୟପଟେ ଚାଲିଛି ସାର କଳାବଜାରୀ। ଯେଉଁଠି ଲୁଚାଛପାରେ ସାର ବିକ୍ରି ହେଉଛି, ସେଠାରେ ଦାମ୍ ଦୁଇଗୁଣା। ଚଢ଼ା ଦରରେ ସାର କିଣି ଶୋଷଣ ହେଉଛନ୍ତି ଚାଷୀ।

ସେପଟେ ସୋସାଇଟି କହୁଛି ସାର ନାହିଁ। ଏଭଳି ସ୍ଥିତିରେ ଚାଷୀ ବା ଆଉ କଣ କରିବ। ବାଧ୍ୟ ହୋଇ ହାଟ ବଜାରରୁ କଳାବଜାରୀରେ ମିଳୁଥିବା ସାରକୁ ଚଢ଼ା ଦାମ୍‌ରେ କିଣୁଛି।

ସମ୍ବଲପୁର ଏଭଳି ସ୍ଥିତି। ଏଠାର ବିଭିନ୍ନ ସୋସାଇଟିର ଗୋଦାମ୍ ଅଛି, ହେଲେ ଭିତର ଖାଲି। ସାରର ଏଭଳି ସଙ୍କଟଜନକ ସ୍ଥିତିକୁ ନେଇ ଗତକାଲି ପ୍ରତିବାଦ କରିଥିଲେ ସ୍ଥାନୀୟ ଚାଷୀ। ୟୁରିଆ ସାର କିଣିବାକୁ ଗଲେ ଡିଲର ଅନ୍ୟ ୟୁରିଆ ସାର ସହ ଏକ ଫର୍ଟିଫାଏଡ୍ ସାର ପ୍ୟାକେଟ୍ ନେବାକୁ ବାଧ୍ୟ କରୁଥିବା ଅଭିଯୋଗ କରି ସମ୍ବଲପୁର ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କୁ ଘେରିଥିଲେ ଚାଷୀ। ସାର ଡିଲରମାନେ ନିଜର ମନମାନି କରୁଛନ୍ତି। ଏଭଳି ସ୍ଥିତିରେ ସୋସାଇଟି ସମ୍ପାଦକ ବି ହାତ ଟେକି ଦେଉଛନ୍ତି।

ଏନେଇ ସମ୍ବଲପୁର ଭାରପ୍ରାପ୍ତ ଉପ କୃଷି ନିର୍ଦ୍ଦେଶକ ଟଙ୍କଧର ସାହୁ କହିଛନ୍ତି, ସୋସାଇଟିମାନେ ୟୁରିଆ ବସ୍ତା ପିଛା ୨୬୬ ଟଙ୍କାରେ ବିକ୍ରି କରୁଛନ୍ତି। ଡିଲରମାନେ ୟୁରିଆ ସହ ନାନୋ ୟୁରିଆ କିମ୍ବା ମାଇକ୍ରୋ ନ୍ୟୁଟାଣ୍ଟ ମିଶାଇ ଦେଉଛନ୍ତି। ଆବଶ୍ୟକ ୟୁରିଆ ନ ଥିବାରୁ ଡିଲରମାନେ ଏଭଳି କରୁଛନ୍ତି।

ପଶ୍ଚିମରୁ ପୂର୍ବ, ଦକ୍ଷିଣରୁ ଉତ୍ତର। ରାଜ୍ୟ ବ୍ୟାପୀ ସାର ସଙ୍କଟ ଓ କଳାବଜାରୀ ସ୍ଥିତି। ବର୍ଷାକୁ ଦେଖି ଚାଷୀ ରୁଆ ବେଉଷଣ ସିନା କରୁଛି, ହେଲେ ମନକୁ ଘାରୁଛି ରିହାତି ସାରର ଅଭାବ। ବରଗଡ଼ ଜିଲ୍ଲାରେ ତ ସାର ବସ୍ତା ପିଛା ୨ଶହରୁ ୩ ଶହ ଟଙ୍କା ଅଧିକ ଦାମରେ ବିକ୍ରି ହେଉଛି। ବରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା କହିଛନ୍ତି, ଯଥେଷ୍ଟ ପରିମାଣରର ସାର ସୋସାଇଟିରେ ମହଜୁଦ ଅଛି। ତେଣୁ ଚାଷୀମାନଙ୍କୁ ସୋସାଇଟିରୁ ସାର କିଣିବା ନିମନ୍ତେ ପରାମର୍ଶ ଦିଆଯାଉଛି।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଟିକିଏ ଭିନ୍ନ ସ୍ଥିତି। ସରକାରୀ ଗୋଦାମକୁ ଆସିଛି ଟନ୍ ଟନ୍ ସାର। ହେଲେ ଚାଷୀଙ୍କ ପାଖକୁ କିନ୍ତୁ ପହଞ୍ଚିପାରୁନି। ନିଶ୍ଚିନ୍ତକୋଇଲି କୁଳି ସ୍ଥିତ ମାର୍କଫେଡ୍ର ଗୋଦାମରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଥିବା କହୁଛନ୍ତି ମାର୍କଫେଡ୍ ଅଧିକାରୀ। କେବଳ ଏହି ଗୋଟିଏ ଗୋଦାମ ନୁହଁ, ଜିଲ୍ଲାର ୩ଟି ବ୍ଲକ ସାଲେପୁର, ନିଶ୍ଚିନ୍ତକୋଇଲି ଏବଂ ମାହାଙ୍ଗା ଅଞ୍ଚଳର ସୋସାଇଟିମାନଙ୍କୁ ସାର ଯୋଗାଇ ଦିଆଯାଇଥିବା କହୁଛନ୍ତି ବିଭାଗୀୟ ସରକାରୀ ଅଧିକାରୀ। କିନ୍ତୁ ଆଶ୍ଚର୍ଯ୍ୟର କଥା ଚାଷୀ ସାର ନପାଇ ନାକେଦମ୍ ହେଉଛନ୍ତି। ଚାଷବାସ ସମୟରେ ହିନସ୍ତା ଭୋଗୁଛନ୍ତି।

ଫଳରେ କେଉଁ ଗୋଦାମ୍‌ରେ ଟନ ଟନ୍ ସାର ଅଛି ତ, ଆଉ କେଉଁଠି ଜମା ନାହିଁ। ଗୋଟିଏ ପଟେ ସାର ପାଇଁ କେନ୍ଦ୍ରକୁ ଚିଠି ଲେଖୁଛନ୍ତି ରାଜ୍ୟ ସରକାର। ଏହାର ଉତ୍ତରରେ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ମଗାଯାଇଥିବା ପରିମାଣ ଠାରୁ ଯଥେଷ୍ଟ ଅଧିକ ସାର ଦିଆଯାଇଛି ବୋଲି ଉତ୍ତର ଦେଉଛନ୍ତି। ଯାହାକୁ ନେଇ ସ୍ଥିତି ସନ୍ଦେହଜନକ ହୋଇଛି।

ଏହା ଇଙ୍ଗିତ କରିଛି, ସରକାର ଗଚ୍ଛିତ ସାରକୁ ନା ଚାଷୀଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି ନା କଳାବଜାରୀକୁ ରୋକିପାରୁଛନ୍ତି।  ଫଳରେ ରାଜ୍ୟରେ ସାର ଷ୍ଟକ୍ ପରିଚାଳନାକୁ ନେଇ ଏବେ ଛିଡ଼ା ହୋଇଛି ପ୍ରଶ୍ନବାଚୀ। ତେଣୁ ଚଳିତ ବର୍ଷ ଚାଷ କିପରି ହେବ ତାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story