ଧାନର ଏଫଏକ୍ୱ୍ୟୁ ମାନ କୋହଳ କଲେ କେନ୍ଦ୍ର ସରକାର

Ordigital Desk
  • Published: Wednesday, 07 February 2018
  • , Updated: 07 February 2018, 09:14 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଦିନିଆ ବର୍ଷାରେ କ୍ଷିତଗ୍ରସ୍ତ ୧୫ ଜିଲ୍ଲାରେ ଚାଷୀଙ୍କ ପାଇଁ ଏଫଏକ୍ୱ୍ୟୁ ଧାନର ମାନ କୋହଳ କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ରାମ ବିଳାସ ପାଶଓ୍ୱାନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି।</p> <p>ଜାନୁଆରୀ ୩ ରେ ଧର୍ମେନ୍ଦ୍ର ପାଶଓ୍ୱାନକୁ ଏଫଏକ୍ୱ୍ୟୁ ଧାନର ମାନ କୋହଳ ପାଇଁ ଚିଠି ଲେଖିଥିଲେ। ଏପଟେ କିନ୍ତୁ ରାଜ୍ୟ ସରକାର କହିଛନ୍ତି ତାଙ୍କ ପାଖରେ ପାଶଓ୍ୱାନଙ୍କ ଚିଠି ପହଁଞ୍ଚିନାହିଁ। ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଏନେଇ ବିଭାଗକୁ ମଧ୍ୟ କୌଣସି ଉତ୍ତର ଆସିନି।</p> <p>ପୂର୍ବରୁ କେନ୍ଦ୍ରର ୪ ଜଣିଆ ଟିମ ଅଦିନିଆ ବର୍ଷାରେ ପ୍ରଭାବତି ଜିଲ୍ଲାରେ ଧାନର ମାନ ପରୀକ୍ଷା କରିବାକୁ ଆସିଥିଲେ।</p>

Related story