ଏସ୍‌ସିବିରେ ‘କରୋନା’ ସ୍ଥିତି ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍‌

କଟକ (ଓଡ଼ିଶା ରିପୋର୍ଟର): ‘କରୋନା’ ଭାଇରସ୍‌ ସଂକ୍ରମଣର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଓଡ଼ିଶା ଆସିଛି କେନ୍ଦ୍ରୀୟ ଟିମ୍‌। ଏହି ଟିମ୍‌ ସ୍ୱାସ୍ଥ୍ୟ ସଚିବ, ଡିଏମ୍‌ଇଟି ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି। ପରେ କଟକ ଏସ୍‌ସିବି ଯାଇ ଆଇସୋଲେସନ୍‌ ୱାର୍ଡ ପରିଦର୍ଶନ କରିଛନ୍ତି। ସେଣ୍ଟ୍ରାଲ ଟିମ୍‌ରେ ଅଛନ୍ତି ଡାକ୍ତର ଶିଖା ବର୍ଦ୍ଧନ, କପୁର ଚୌଧୁରୀ, ଅନୁରାଧା ସୁଲାନିଆ। ଏହି ଟିମ୍‌ରେ ଜନସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସୁଶାନ୍ତ କୁମାର କର ମଧ୍ୟ ଅଛନ୍ତି। ଜାନୁଆରୀ […]

scb

Manoranjan Sial
  • Published: Thursday, 06 February 2020
  • , Updated: 06 February 2020, 03:37 PM IST

କଟକ (ଓଡ଼ିଶା ରିପୋର୍ଟର): ‘କରୋନା’ ଭାଇରସ୍‌ ସଂକ୍ରମଣର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଓଡ଼ିଶା ଆସିଛି କେନ୍ଦ୍ରୀୟ ଟିମ୍‌। ଏହି ଟିମ୍‌ ସ୍ୱାସ୍ଥ୍ୟ ସଚିବ, ଡିଏମ୍‌ଇଟି ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି। ପରେ କଟକ ଏସ୍‌ସିବି ଯାଇ ଆଇସୋଲେସନ୍‌ ୱାର୍ଡ ପରିଦର୍ଶନ କରିଛନ୍ତି। ସେଣ୍ଟ୍ରାଲ ଟିମ୍‌ରେ ଅଛନ୍ତି ଡାକ୍ତର ଶିଖା ବର୍ଦ୍ଧନ, କପୁର ଚୌଧୁରୀ, ଅନୁରାଧା ସୁଲାନିଆ। ଏହି ଟିମ୍‌ରେ ଜନସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସୁଶାନ୍ତ କୁମାର କର ମଧ୍ୟ ଅଛନ୍ତି।

ଜାନୁଆରୀ ୧୫ ପରେ ଚାଇନା, ଥାଇଲାଣ୍ଡ ଓ ହଂକଂରୁ ୩୩ ଜଣ ଓଡ଼ିଆ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ‘କରୋନା’ ଲକ୍ଷଣ ସନ୍ଦେହରେ ଚିକିତ୍ସା କରାଯାଇଥିଲା। ଫୁଲବାଣୀର ଜଣେ ସୁସ୍ଥ ହୋଇ ଘରକୁ ଫେରିବା ବେଳେ ଆଉ ଦୁଇଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୩୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ନମୁନା ନେଗେଟିଭ୍ ଆସିଥିବା ବେଳେ ୨୬ ଜଣଙ୍କୁ ସେମାନଙ୍କ ଘରେ ସ୍ୱତନ୍ତ୍ର ଭାବେ ରଖାଯାଇଛି।

ଚୀନରେ  ‘କରୋନା’ ଭାଇରସ  ୫୬୦ ଜୀବନ ନେଇସାରିଲାଣି। ୨୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି। କରୋନାର ଭୟାବହତାକୁ ଦେଖି ଚୀନ ସରକାର ଲୋକଙ୍କୁ ଏକାଠି ବସି ଖାଇବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଚୀନକୁ ଛାଡ଼ିଦେଲେ ଏହି ଭାଇରସ ବିଶ୍ୱରେ ୨୫ଟି ଦେଶକୁ ବ୍ୟାପିଲାଣି। ଚୀନ ବାହାରେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି। ଚୀନରେ ୬୦ ମିଲିୟନ ଲୋକଙ୍କୁ ଘରେ ବନ୍ଦ କରି ରଖାଯାଇଛି।  ବିଶେଷ କରି ୩ଟି ସହରକୁ ସିଲ୍ କରି ରଖିଛନ୍ତି ଚୀନ ସରକାର। ସିଙ୍ଗାପୁରରେ ୨୫, ଦକ୍ଷିଣ କୋରିଆରେ ୨୩ ରୋଗୀ, ମାଲେସିଆରେ ୧୨ଜଣ ଚିହ୍ନ ହୋଇଛନ୍ତି।

Related story