ସାବଧାନ! ସେସୁ କରୁଛି ସରପ୍ରାଇଜ୍‌ ଚେକିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସହରାଞ୍ଚଳରେ ବିଦ୍ୟୁତ ଚୋରି ରୋକିବା ଲାଗି ସେସୁର ଉଦ୍ୟମ ଆରମ୍ଭ କରିଛି। ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶ ପରେ ଏଣିକି ସପ୍ତାହକୁ ୩ ଦିନ ବିଭିନ୍ନ ଅଞ୍ଚଳରେ ସରପ୍ରାଇଜ୍ ଭିଜିଟ କରିବ ସେସୁର ସ୍ୱତନ୍ତ୍ର ସ୍କ୍ୱାର୍ଡ। ୩ଟି ଡିଭିଜନର ସ୍ପେଶାଲ ସ୍କ୍ୱାର୍ଡ ଆଜି ଡମଣା ଛକରୁ କଳିଙ୍ଗ ହସ୍ପିଟାଲ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଚେକିଂ କରିଛନ୍ତି। ସହରରେ ଥିବା ଟେଲିକମ୍‌ ଟାୱାର, କମର୍ସିଆଲ କମ୍ପଲେକ୍ସଠାରୁ ଆରମ୍ଭ କରି ବଡ଼ ବଡ଼ ଦୋକାନରେ […]

cesu-planed-to-surprise-visit-in-bhubaneswar

Manoranjan Sial
  • Published: Friday, 13 September 2019
  • , Updated: 13 September 2019, 06:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସହରାଞ୍ଚଳରେ ବିଦ୍ୟୁତ ଚୋରି ରୋକିବା ଲାଗି ସେସୁର ଉଦ୍ୟମ ଆରମ୍ଭ କରିଛି। ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶ ପରେ ଏଣିକି ସପ୍ତାହକୁ ୩ ଦିନ ବିଭିନ୍ନ ଅଞ୍ଚଳରେ ସରପ୍ରାଇଜ୍ ଭିଜିଟ କରିବ ସେସୁର ସ୍ୱତନ୍ତ୍ର ସ୍କ୍ୱାର୍ଡ।

୩ଟି ଡିଭିଜନର ସ୍ପେଶାଲ ସ୍କ୍ୱାର୍ଡ ଆଜି ଡମଣା ଛକରୁ କଳିଙ୍ଗ ହସ୍ପିଟାଲ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଚେକିଂ କରିଛନ୍ତି। ସହରରେ ଥିବା ଟେଲିକମ୍‌ ଟାୱାର, କମର୍ସିଆଲ କମ୍ପଲେକ୍ସଠାରୁ ଆରମ୍ଭ କରି ବଡ଼ ବଡ଼ ଦୋକାନରେ ଚେକିଂ ହୋଇଛି। ବିଦ୍ୟୁତ ଚୋରି ନଜରକୁ ଆସିଲେ ସଙ୍ଗେ ସଙ୍ଗେ ଜୋରିମାନା ଲଗାଯାଉଛି। ପ୍ରତି ଡିଭିଜନର ନିର୍ବାହୀ ଯନ୍ତ୍ରୀମାନେ ଏହି ଯାଞ୍ଚର ନେତୃତ୍ୱ ନେଉଛନ୍ତି।

Related story