ଚଇତି ପର୍ବ ପାଇଁ ମା’ ତାରିଣୀ ପୀଠରେ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ

କେନ୍ଦୁଝର (ପ୍ରଣୟ ପାଣି): ରାଜ୍ୟରେ ବଢ଼ୁଥିବା କରୋନା ଗ୍ରାଫ୍‌କୁ ଦେଖି ମାଆ ତାରିଣୀଙ୍କ ପୀଠରେ ଜାରି ହେଲା କଟକଣା। ମାଆଙ୍କ ଚଇତିପର୍ବ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛି ପ୍ରଶାସନ। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ପଣାସଂକ୍ରାନ୍ତି ଅବସରରେ ଦୁଇଦିନ ଭକ୍ତଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ରହିବ। ମାଆଙ୍କ ଦୈନିକ ନୀତିକାନ୍ତି, ସୁନାବେଶ, ଭାଗବତ ପାଠ, ହୋମ, ଚଣ୍ଡିପାଠ ଓ ସତ୍ୟନାରାୟଣ ପୂଜା କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁସାରେ ପାଳନ କରାଯିବ। ଭକ୍ତମାନଙ୍କ ଦ୍ୱାରା କୌଣସି ନୈବେଦ୍ୟ ଅର୍ପଣ କରାଯିବନାହିଁ। […]

Maa Tarani

Manoranjan Sial
  • Published: Sunday, 04 April 2021
  • , Updated: 04 April 2021, 08:51 PM IST

କେନ୍ଦୁଝର (ପ୍ରଣୟ ପାଣି): ରାଜ୍ୟରେ ବଢ଼ୁଥିବା କରୋନା ଗ୍ରାଫ୍‌କୁ ଦେଖି ମାଆ ତାରିଣୀଙ୍କ ପୀଠରେ ଜାରି ହେଲା କଟକଣା। ମାଆଙ୍କ ଚଇତିପର୍ବ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛି ପ୍ରଶାସନ। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ପଣାସଂକ୍ରାନ୍ତି ଅବସରରେ ଦୁଇଦିନ ଭକ୍ତଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ରହିବ।

ମାଆଙ୍କ ଦୈନିକ ନୀତିକାନ୍ତି, ସୁନାବେଶ, ଭାଗବତ ପାଠ, ହୋମ, ଚଣ୍ଡିପାଠ ଓ ସତ୍ୟନାରାୟଣ ପୂଜା କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁସାରେ ପାଳନ କରାଯିବ। ଭକ୍ତମାନଙ୍କ ଦ୍ୱାରା କୌଣସି ନୈବେଦ୍ୟ ଅର୍ପଣ କରାଯିବନାହିଁ। ଚଇତିପର୍ବ ଅବସରରେ ଏପ୍ରିଲ ୯ରୁ ୧୨ ତାରିଖ ଓ ଏପ୍ରିଲ ୧୫ ତାରିଖରେ ଭକ୍ତମାନେ କେବଳ ଦର୍ଶନ କରିପାରିବେ। ଚଇତିପର୍ବରେ ଏପ୍ରିଲ ୧୩ ମଙ୍ଗଳବାର ଓ ୧୪ ତାରିଖ ପଣାସଂକ୍ରାନ୍ତି ଅବସରରେ ଦୁଇଦିନ ଭକ୍ତଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ରହିବ।

ଚଇତିପର୍ବ ଅବସରରେ ଭକ୍ତଙ୍କ ସାଧାରଣ ଦର୍ଶନ ସକାଳ ୭ ଘଟିକାଠାରୁ ୧୨ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଅବସରରେ ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ ଦୋକାନ ବନ୍ଦ ରହିବ। ଏପରିକି ପଣାଭୋଗ ଓ ଅନ୍ନଭୋଗ ବିତରଣକୁ ବନ୍ଦ ରଖାଯିବ। ମା’ ତାରିଣୀଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ସୋଶାଲ ମିଡ଼ିଆରେ ପ୍ରସାରଣ କରାଯିବ।

ଚଇତିପର୍ବ ଅବସରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ। ମା’ ତାରିଣୀ ମନ୍ଦିରରେ କାର୍ଯ୍ୟରତ ସମସ୍ତ ସେବାୟତ, କର୍ମକର୍ତ୍ତା କର୍ମଚାରୀ କୋଭିଡ୍‌ ନିୟମ ଅନୁସାରେ ମାସ୍କ ପିନ୍ଧିବେ। ସାନିଟାଇଜର ବ୍ୟବହାର କରିବା ସହିତ ସାମାଜିକ ଦୂରତା ପାଳନ କରିବେ। କୌଣସି ପ୍ରକାର ଜନସମାଗମ କରାଯିବ ନାହିଁ ବୋଲି ମନ୍ଦିର ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି।

Related story