ଆଜିଠୁ ଆରମ୍ଭ ମାଆ ତାରିଣୀଙ୍କ ଚଇତି ପର୍ବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବ। ଚଇତି ପର୍ବ ଦିନ କେନ୍ଦୁଝରରେ ମାଆ ତାରିଣୀଙ୍କ ଆବିର୍ଭାବ ହୋଇଥିଲା। ମାଆଙ୍କ ଜନ୍ମ ବାର୍ଷିକୀକୁ ବଡ ଧୁମଧାମରେ ଆଜିଠୁ ବିଷୁବ ପଣା ସଂକ୍ରାନ୍ତି ଯାଏଁ ପାଳନ କରାଯିବ। ଏହି ସମୟରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି।  ତେଣୁ ମାଆଙ୍କ ଦର୍ଶନ ଲାଗି ଦୂରଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଛି।  କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବୀ […]

maa tarini

Tapaswini Nayak
  • Published: Saturday, 09 April 2022
  • , Updated: 09 April 2022, 03:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବ। ଚଇତି ପର୍ବ ଦିନ କେନ୍ଦୁଝରରେ ମାଆ ତାରିଣୀଙ୍କ ଆବିର୍ଭାବ ହୋଇଥିଲା। ମାଆଙ୍କ ଜନ୍ମ ବାର୍ଷିକୀକୁ ବଡ ଧୁମଧାମରେ ଆଜିଠୁ ବିଷୁବ ପଣା ସଂକ୍ରାନ୍ତି ଯାଏଁ ପାଳନ କରାଯିବ।

ଏହି ସମୟରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି।  ତେଣୁ ମାଆଙ୍କ ଦର୍ଶନ ଲାଗି ଦୂରଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଛି।  କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବୀ ମାଆ ତାରିଣୀଙ୍କ ପୀଠରେ ୧୯୩୭ ମସିହା ଆଜିର ଦିନରେ ଆରମ୍ଭ ହୋଇଥିଲା ଚଇତି ପର୍ବ।  ବାର୍ଷିକ ଉତ୍ସବରେ ମାଆଙ୍କ ସୁନାବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଚଇତି ପର୍ବ ଅବସରରେ ଶ୍ରଦ୍ଧାଳୁମାନେ ମାଆଙ୍କ ପୀଠରେ ଭିଡ଼ ଲଗାଇଛନ୍ତି।

Related story