ଚଳିତମାସରୁ ଆରମ୍ଭ ହେବ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁ

ଭୁବନନେଶ୍ୱର: ଚଳିତମାସରୁ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁ ଆରମ୍ଭ ହେଉଛି। ଏଥିପାଇଁ ଦେବୀ ନଦୀ ମୁହାଣ, ରୁଶିକୁଲ୍ୟା ଓ ଗହିରମଥାରେ ଅଣ୍ଡା ଦେବା ପାଇଁ ଅଲିଭ ରିଡଲେ କଇଁଛଙ୍କ ଆସିବା ଆରମ୍ଭ ହୋଇଗଲାଣି। ଆସୁଥିବା କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେବୀ ନଦୀ ମୁହାଣ, ରୁଶିକୁଲ୍ୟା ଓ ଗହିରମଥା ଉପକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ମାଛ ଧରିବା ନିଷେଦ୍ଧ […]

alive

Rakesh Mallick
  • Published: Friday, 13 November 2015
  • , Updated: 13 November 2015, 03:28 AM IST

ଭୁବନନେଶ୍ୱର: ଚଳିତମାସରୁ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁ ଆରମ୍ଭ ହେଉଛି। ଏଥିପାଇଁ ଦେବୀ ନଦୀ ମୁହାଣ, ରୁଶିକୁଲ୍ୟା ଓ ଗହିରମଥାରେ ଅଣ୍ଡା ଦେବା ପାଇଁ ଅଲିଭ ରିଡଲେ କଇଁଛଙ୍କ ଆସିବା ଆରମ୍ଭ ହୋଇଗଲାଣି। ଆସୁଥିବା କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେବୀ ନଦୀ ମୁହାଣ, ରୁଶିକୁଲ୍ୟା ଓ ଗହିରମଥା ଉପକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ମାଛ ଧରିବା ନିଷେଦ୍ଧ କରାଯାଇଛି। ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ଟ୍ରଲରଗୁଡିକର ପଞ୍ଜୀକରଣ ତଦାରଖ କରାଯିବା ସହ ମିଳିତ ଭାବେ ମତ୍ସ୍ୟ ଓ ଜଙ୍ଗଲ ବିଭାଗ ପାଟ୍ରୋଲିଂ କରିବେ। ସମୁଦ୍ର ଭିତରେ ଏହି ଅଞ୍ଚଳରେ ବେଆଇନ ମାଛଧରା ଓ ଯନ୍ତ୍ର ଚାଳିତ ଟ୍ରଲର ଚଳାଚଳକୁ ଅତ୍ୟାଧୁନିକ ରାଡାର ଦ୍ୱାରା ନଜର ରଖିବ କୋଷ୍ଟଗାର୍ଡ।

Related story