ରାଜଧାନୀରେ ରୋବୋ ୱେଟର ଚମ୍ପା ଓ ଚମେଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଜାପାନର ଅନୁଭୂତି। ଜାପାନ ଭଳି ଭୁବନେଶ୍ୱରରେ ରେଷ୍ଟୁରାଣ୍ଟରେ ମଧ୍ୟ ଖାଦ୍ୟ ପରଷିବେ ରୋବର୍ଟ। ରାଜଧାନୀରେ ଆଜିଠାରୁ ଆରମ୍ଭ ହୋଇଥିବା ରୋବୋ ସେଫ୍। ରେଷ୍ଟୁରାଣ୍ଟରେ ଗ୍ରାହକ ପାଇବେ ରୋବୋ ୱେଟର ଚମ୍ପା ଓ ଚମେଲିର ସାନିଧ୍ୟ। ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ରୋବୋ ସେଫ୍‌ ରେଷ୍ଟୁରାଣ୍ଟ। ଏଠି ଦେଖିବାକୁ ମିଳିବ ରୋବୋ ୱେଟର। ରେଷ୍ଟୁରାଣ୍ଟ ଭିତରେ ପ୍ରବେଶ କରିବା ମାତ୍ରେ ଅନ୍ୟ ରେଷ୍ଟୁରାଣ୍ଟ ଭଳି ଏଠି ଆପଣ ମେନୁ ଦେଖି ଅର୍ଡର ନେବେ ଓ […]

robo-water-in-bhubaneswar

Manoranjan Sial
  • Published: Wednesday, 16 October 2019
  • , Updated: 16 October 2019, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଜାପାନର ଅନୁଭୂତି। ଜାପାନ ଭଳି ଭୁବନେଶ୍ୱରରେ ରେଷ୍ଟୁରାଣ୍ଟରେ ମଧ୍ୟ ଖାଦ୍ୟ ପରଷିବେ ରୋବର୍ଟ। ରାଜଧାନୀରେ ଆଜିଠାରୁ ଆରମ୍ଭ ହୋଇଥିବା ରୋବୋ ସେଫ୍। ରେଷ୍ଟୁରାଣ୍ଟରେ ଗ୍ରାହକ ପାଇବେ ରୋବୋ ୱେଟର ଚମ୍ପା ଓ ଚମେଲିର ସାନିଧ୍ୟ।

ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ରୋବୋ ସେଫ୍‌ ରେଷ୍ଟୁରାଣ୍ଟ। ଏଠି ଦେଖିବାକୁ ମିଳିବ ରୋବୋ ୱେଟର। ରେଷ୍ଟୁରାଣ୍ଟ ଭିତରେ ପ୍ରବେଶ କରିବା ମାତ୍ରେ ଅନ୍ୟ ରେଷ୍ଟୁରାଣ୍ଟ ଭଳି ଏଠି ଆପଣ ମେନୁ ଦେଖି ଅର୍ଡର ନେବେ ଓ ଅର୍ଡର ଅନୁସାରେ ଆପଣଙ୍କ ଟେବୁଲ୍‌ ନିକଟକୁ ଆସି ଖାଦ୍ୟ ପହଞ୍ଚାଇବେ ଚମ୍ପା ଓ ଚମେଲି। କେବଳ ଖାଦ୍ୟ ପଞ୍ଚାଇବେ, ତା ନୁହେଁ ଆପଣଙ୍କୁ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦେବେ। ଏପରିକି ଗ୍ରାହକ କୌଣସି ବାର୍ତ୍ତା ଦେବାକୁ ଚାହୁଁଥିଲେ ଚମ୍ପା ଓ ଚମେଲି ଦେହରେ ଲାଗିଥିବା ସ୍କ୍ରିନ୍‌ରେ ତାହା ପ୍ରଦର୍ଶିତ ହୋଇପାରିବ।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛନ୍ତି ଚମ୍ପା ଓ ଚମେଲି। ପ୍ରାୟ ସାଢ଼େ ତିନି ଲକ୍ଷ ଟଙ୍କାରେ ଖର୍ଚ୍ଚ ହୋଇଥିବା ଏହି ରୋବୋକୁ ୧୫ ଦିନରେ ତିଆରି କରାଯାଇଛି।

Related story