‘ଚଣ୍ଡିଖୋଲରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ରିଜର୍ଭିୟର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୦ ହଜାର କୋଟି ବ୍ୟୟରେ ଚଣ୍ଡିଖୋଲରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ରିଜର୍ଭିୟର। ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ଆଲୋଚନା ପରେ ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ସଚିବ ତରୁଣ କପୁର। ପେଟ୍ରୋଲିୟମ୍‌ ସଚିବ ତରୁଣ କପୁର କହିଛନ୍ତି-“ଓଡ଼ିଶାରେ ବହୁ ପ୍ରମୁଖ ପ୍ରକଳ୍ପ ଚାଲିଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଓଡ଼ିଶାରେ ୨୫ ପ୍ରକଳ୍ପରେ ନିବେଶ ହୋଇଛି ୪୩୩୨୨ କୋଟି ଟଙ୍କା। ଆଉ ୭୭୩୨୧ […]

Paradip-Refinery

Manoranjan Sial
  • Published: Monday, 05 April 2021
  • , Updated: 05 April 2021, 08:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୦ ହଜାର କୋଟି ବ୍ୟୟରେ ଚଣ୍ଡିଖୋଲରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ରିଜର୍ଭିୟର। ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ଆଲୋଚନା ପରେ ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ସଚିବ ତରୁଣ କପୁର।

ପେଟ୍ରୋଲିୟମ୍‌ ସଚିବ ତରୁଣ କପୁର କହିଛନ୍ତି-“ଓଡ଼ିଶାରେ ବହୁ ପ୍ରମୁଖ ପ୍ରକଳ୍ପ ଚାଲିଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଓଡ଼ିଶାରେ ୨୫ ପ୍ରକଳ୍ପରେ ନିବେଶ ହୋଇଛି ୪୩୩୨୨ କୋଟି ଟଙ୍କା। ଆଉ ୭୭୩୨୧ କୋଟି ଟଙ୍କାର ୩୪ଟି ପ୍ରକଳ୍ପ କାମ ଚାଲିଛି। ଆଗକୁ ଆଉ ୧୦ ବଡ଼ ପ୍ରକଳ୍ପ ଆସିବ। ସେଥିପାଇଁ ୯୨୫୫୬ କୋଟି ଟଙ୍କା ନିବେଶ ହେବ।”

ସେ କହିଛନ୍ତି-“ସମ୍ପ୍ରସାରଣ ହେବ ଆଇଓସିଏଲ୍‌ର ପାରାଦୀପ ରିଫାଇନାରୀ ପ୍ରକଳ୍ପ। ୧୫ ମିଲିୟନ ଟନ୍‌ରୁ ୨୫ ମିଲିୟନ ଟନ୍‌କୁ ବଢ଼ିବ ଏହାର ଉତ୍ପାଦନ କ୍ଷମତା। ଅନୁମୋଦନର ୬ ବର୍ଷରେ ସରିବ ପ୍ରକଳ୍ପ କାମ। ଚଣ୍ଡିଖୋଲରେ ସ୍ଥାପନ ହେବ ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ୍‌ ରିଜର୍ଭିୟର। ଏଥିପାଇଁ ୧୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ହେବ। ଆବଶ୍ୟକ ହେବ ୪୦୦ ଏକର ଜମି। ଏହାଛଡ଼ା ଆଉ ୨୦୦ ଏକର ଅସ୍ଥାୟୀ ଜମି ଦରକାର। ଚଣ୍ଡିଖୋଲ୍‌ ପେଟ୍ରୋଲିୟମ୍‌ ରିଜର୍ଭିୟର କ୍ଷମତା ରହିବ ୪ ମିଲିୟନ ଟନ୍‌। ଜମି ମିଳିବାର ୬ ମାସରେ ଟେଣ୍ଡର ହେବ। ଏହାର ୩ରୁ ୪ ବର୍ଷ ମଧ୍ୟରେ ପ୍ରକଳ୍ପ କାମ ସରିବ।”

ସେ ଆହୁରି କହିଛନ୍ତି-“ରାଜ୍ୟରେ ବ୍ୟାପକ ହେବ ସିଟି ଗ୍ୟାସ୍‌ ଡିଷ୍ଟ୍ରିବ୍ୟୁସନ ପ୍ରକଳ୍ପ। ପ୍ରାକୃତିକ ଗ୍ୟାସ ବ୍ୟବହାରକୁ 6.3%ରୁ 15%କୁ ବଢ଼ାଯିବ। ପ୍ରତି ଘର, ଫ୍ୟାକ୍ଟ୍ରିକୁ CGDରେ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି। ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ସଂଯୋଗ ହେବ ମୁଖ୍ୟ ଗ୍ୟାସ୍‌ ପାଇପ୍‌ଲାଇନ୍‌। ଓଡ଼ିଶାରେ ସିଏନ୍‌ଜି ଷ୍ଟେସନ ସଂଖ୍ୟା ମଧ୍ୟ ବଢ଼ିବ। ଦୁଇ ବର୍ଷରେ ସିଏନ୍‌ଜି ଷ୍ଟେସନ ସଂଖ୍ୟାକୁ ୧୦୦ରେ ପହଞ୍ଚିବ। ଏବେ ରାଜ୍ୟରେ ୨୫ଟି ସିଏନ୍‌ଜି ଷ୍ଟେସନ ଅଛି। ଓଡ଼ିଶାରେ ୨୦୦ ବାୟୋ ଗ୍ୟାସ୍‌ ପ୍ଲାଣ୍ଟ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏବେ ୧୬ଟି ବାୟୋ ଗ୍ୟାସ ପ୍ଲାଣ୍ଟ ପାଇଁ LOI ଦିଆଯାଇଛି।”

ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ପରେ ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲିୟମ୍‌ ସଚିବ ତରୁଣ କପୁର ଓ ଆଇଓସିଏଲ୍‌ ଅଧ୍ୟକ୍ଷ ଏସ.ଏମ. ବୈଦ୍ୟ। ଆଜିର ବୈଠକରେ ଗେଲ୍‌ ଓ ଆଇଓସିଏଲ୍‌ର ଅଫିସରମାନେ ସାମିଲ ହୋଇଥିଲେ।

Related story