ଜୋରସୋରରେ ଚାଲିଛି ରଥକାମ

ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥକାମ। ରଥର୍ନିମାଣ ପାଇଁ ଲାଗି ପଡିଛନ୍ତି ମହାରଣା,ଭୋଇ, କମାର, ରୂପକାର ସେବକ। ଚକ ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି। ୪୨ଟି ଚକ ମଧ୍ୟରୁ ୩୩ ଗୋଟି ଚକ ର୍ନିମାଣ କାମ ଶେଷ ହୋଇଛି । ସେପଟେ ଆଜି ଦଣ୍ଡା ହଣା କାମ ଅନୁକୂଳ ହୋଇଛି । ଚାରି ନାହାକା ଉଠିବା ପାଇଁ ୨୦ ଫୁଟିଆ ନାହାକା କାଠ ଯୋଗାଯାଇଛି। ନାହାକା କାଠକୁ ଚଉପଟ କରାଯାଇଛି।  […]

Rathakhala

Rathakhala

Tapas Behera
  • Published: Monday, 07 June 2021
  • Updated: 07 June 2021, 06:35 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀକ୍ଷେତ୍ରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥକାମ। ରଥର୍ନିମାଣ ପାଇଁ ଲାଗି ପଡିଛନ୍ତି ମହାରଣା,ଭୋଇ, କମାର, ରୂପକାର ସେବକ। ଚକ ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି। ୪୨ଟି ଚକ ମଧ୍ୟରୁ ୩୩ ଗୋଟି ଚକ ର୍ନିମାଣ କାମ ଶେଷ ହୋଇଛି । ସେପଟେ ଆଜି ଦଣ୍ଡା ହଣା କାମ ଅନୁକୂଳ ହୋଇଛି ।

ଚାରି ନାହାକା ଉଠିବା ପାଇଁ ୨୦ ଫୁଟିଆ ନାହାକା କାଠ ଯୋଗାଯାଇଛି। ନାହାକା କାଠକୁ ଚଉପଟ କରାଯାଇଛି।  କରତି ମହାରଣା ଗୟଲ କାମ ଆରମ୍ଭ କରିଛନ୍ତି।  ବିଧି ମୁତାବକ ତିନି ରଥ ପାଇଁ ଆଗାମୀ ଶୀତଲଷଷ୍ଠୀ ସୁଦ୍ଧା ସମସ୍ତ ଚକ ଥାକ କରାଯିବ।

ରୂପକାରମାନେ ରଥ ଖଳାରେ କୋଣ ଗୁଜ ର୍ନିମାଣ କାମ ଜାରି ରଖିଛନ୍ତି । ଦଣ୍ଡା ପଡିବା ପୂର୍ବରୁ ସମସ୍ତ କୋଣ ଗୁଜ କାମ ସରିବ ବୋଲି ରୂପକାର ସେବାୟତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos