ଚାଷୀଙ୍କୁ ପ୍ରତିବାଦ ଅଧିକାରରୁ ବଞ୍ଚିତ କରାଯିବା ଉଚିତ୍ ନୁହେଁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ନବନିର୍ମାଣ କୃଷକ ସଂଗଠନର ଭୁବନେଶ୍ୱର ସମାବେଶ ପ୍ରସଙ୍ଗରେ ଟ୍ୱିଟ୍‌ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ସରକାରଙ୍କୁ ଆକ୍ଷେପ କରି ସେ  କହିଛନ୍ତି,“ଦୀର୍ଘଦିନ ଶାସନରେ ରହିଲେ ଅହଂକାର ବଢ଼ିବା ଏକ ପୁରୁଣା ରୋଗ। ଚାଷୀଙ୍କୁ ସେମାନଙ୍କର ପ୍ରତିବାଦର ଅଧିକାରରୁ ବଞ୍ଚିତ କରାଯିବା ଉଚିତ୍ ନୁହେଁ।” ସେ ଆହୁରି କହିଛନ୍ତି,“ଗଣତନ୍ତ୍ରରେ ଅସହମତି ରହିବା କିଛି ନୂଆ କଥା ନୁହେଁ। ମାତ୍ର ସାମ୍ବିଧାନିକ ବ୍ୟବସ୍ଥାରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର […]

sramndra

Rakesh Mallick
  • Published: Wednesday, 14 December 2016
  • , Updated: 14 December 2016, 03:50 PM IST

ଭୁବନେଶ୍ୱର: ନବନିର୍ମାଣ କୃଷକ ସଂଗଠନର ଭୁବନେଶ୍ୱର ସମାବେଶ ପ୍ରସଙ୍ଗରେ ଟ୍ୱିଟ୍‌ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ସରକାରଙ୍କୁ ଆକ୍ଷେପ କରି ସେ  କହିଛନ୍ତି,“ଦୀର୍ଘଦିନ ଶାସନରେ ରହିଲେ ଅହଂକାର ବଢ଼ିବା ଏକ ପୁରୁଣା ରୋଗ। ଚାଷୀଙ୍କୁ ସେମାନଙ୍କର ପ୍ରତିବାଦର ଅଧିକାରରୁ ବଞ୍ଚିତ କରାଯିବା ଉଚିତ୍ ନୁହେଁ।”

ସେ ଆହୁରି କହିଛନ୍ତି,“ଗଣତନ୍ତ୍ରରେ ଅସହମତି ରହିବା କିଛି ନୂଆ କଥା ନୁହେଁ। ମାତ୍ର ସାମ୍ବିଧାନିକ ବ୍ୟବସ୍ଥାରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ରହିଛି।”

କେନ୍ଦ୍ରମନ୍ତ୍ରୀ କହିଛନ୍ତି, “ଭୁବନେଶ୍ୱରରେ ଚାଷୀ ମାନଙ୍କର ପ୍ରସ୍ତାବିତ ପ୍ରତିବାଦ ପୂର୍ବରୁ ଗିରଫଦାରୀ ଅଗଣତାନ୍ତ୍ରିକ।”

Related story