ଆଜି ମା’ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା: ଆଜି ଭବନୀପାଟଣାରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା।  ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେବାରେ ଲାଗିଛି।  ପରମ୍ପରା ଏବଂ ବିଧି ମୁତାବକ ଭବନୀପାଟଣା ଉପକଣ୍ଠ ଜେନାଖାଲରେ ପୂଜାର୍ଚ୍ଚନା ଓ ପୋଢ଼ ବଳି ଦିଆଯିବା ପରେ ମା’ଙ୍କ ପ୍ରତିମା ଛତରକୁ ମନ୍ଦିର ଅଭିମୁଖେ ଅଣାଯିବ।  ଏହି ସମୟରେ ଜେନାଖାଲ ନିକଟରୁ ଭବାନୀପାଟଣା ସହରରେ ଥିବା ମାଣିକେଶ୍ୱରୀଙ୍କ ମନ୍ଦିର ପର୍ଯ୍ୟନ୍ତ ଜନସମାଗମ ହୋଇଥାଏ।  ତା’ସହ ରାସ୍ତାକ’ରେ ଶ୍ରଦ୍ଧାଳୁମାନେ ମାନସିକ ଅନୁଯାୟୀ ବଳି […]

Rakesh Mallick
  • Published: Thursday, 28 September 2017
  • , Updated: 28 September 2017, 05:25 AM IST

ଭବାନୀପାଟଣା: ଆଜି ଭବନୀପାଟଣାରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା।  ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେବାରେ ଲାଗିଛି।  ପରମ୍ପରା ଏବଂ ବିଧି ମୁତାବକ ଭବନୀପାଟଣା ଉପକଣ୍ଠ ଜେନାଖାଲରେ ପୂଜାର୍ଚ୍ଚନା ଓ ପୋଢ଼ ବଳି ଦିଆଯିବା ପରେ ମା’ଙ୍କ ପ୍ରତିମା ଛତରକୁ ମନ୍ଦିର ଅଭିମୁଖେ ଅଣାଯିବ।  ଏହି ସମୟରେ ଜେନାଖାଲ ନିକଟରୁ ଭବାନୀପାଟଣା ସହରରେ ଥିବା ମାଣିକେଶ୍ୱରୀଙ୍କ ମନ୍ଦିର ପର୍ଯ୍ୟନ୍ତ ଜନସମାଗମ ହୋଇଥାଏ।  ତା’ସହ ରାସ୍ତାକ’ରେ ଶ୍ରଦ୍ଧାଳୁମାନେ ମାନସିକ ଅନୁଯାୟୀ ବଳି ଦେବାସହ ପୂଜାର୍ଚ୍ଚନା କରିଥାନ୍ତି।  ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ପଶୁବଳି ରୋକିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଛି।

 

Related story