ଛାତ୍ରଛାତ୍ରୀଙ୍କ ଟଙ୍କା ହଡପ କରିବା ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ

କଟକ : ସେପଟେ ଛାତ୍ରଛାତ୍ରୀଙ୍କ ଟଙ୍କ। କଲେଜ ଆକାଉଣ୍ଟରେ ଜମା ନ କରି ନିଜର ତଥା ଅନ୍ୟମାନଙ୍କ ଆକାଉଣ୍ଟରେ ଜମା କରି ଠକିଥିବା ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ କଟକ ଜିଲା ନିଆଳି ଅଞ୍ଚଳର ଅଶ୍ୱିନୀ କୁମାର ପଣ୍ଡା। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ସ୍ୱସ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜିରେ କାର୍ଯ୍ୟରତ ଅଶ୍ୱିନୀ ଦୀର୍ଘଦିନ ଧରି ଛାତ୍ରଛାତ୍ରୀମାନେ ଦେଇଥିବା କଲେଜ ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀମାନେ […]

katakchiter

katakchiter

Rakesh Mallick
  • Published: Friday, 29 May 2015
  • Updated: 29 May 2015, 01:29 PM IST

Sports

Latest News

କଟକ : ସେପଟେ ଛାତ୍ରଛାତ୍ରୀଙ୍କ ଟଙ୍କ। କଲେଜ ଆକାଉଣ୍ଟରେ ଜମା ନ କରି ନିଜର ତଥା ଅନ୍ୟମାନଙ୍କ ଆକାଉଣ୍ଟରେ ଜମା କରି ଠକିଥିବା ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ କଟକ ଜିଲା ନିଆଳି ଅଞ୍ଚଳର ଅଶ୍ୱିନୀ କୁମାର ପଣ୍ଡା। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ସ୍ୱସ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜିରେ କାର୍ଯ୍ୟରତ ଅଶ୍ୱିନୀ ଦୀର୍ଘଦିନ ଧରି ଛାତ୍ରଛାତ୍ରୀମାନେ ଦେଇଥିବା କଲେଜ ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରେ ଟଙ୍କ। ଡିପୋଜିଟ୍ ହୋଇ ନ ଥିବାରୁ ପରୀକ୍ଷା ଦେଇ ପାରି ନ ଥିଲେ। ପରେ ଏ ନେଇ ଖୋଳତାଡ଼ କରିବା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଅଶ୍ୱିନୀଙ୍କୁ ଗିରଫ କରିଛି। ଶୁକ୍ରବାର ଅଶ୍ୱିନୀଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଅଧିକ ତଦନ୍ତ ଜାରି ରହିଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos