ଆଜି ଚାଉଳିଆଗଞ୍ଜ ବନ୍ଦ

କଟକ(ଓଡ଼ିଶା ରିପୋର୍ଟର): କଟକ ଓଏମ୍‌ପି ଛକସ୍ଥିତ ପୁଲିସ୍‌ କଲୋନୀକୁ ଖାଲି କରି ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ନେଇ ଚାଲିଥିବା ବିବାଦର ସମାଧାନ ହୋଇପାରୁନି। କେନ୍ଦ୍ରାଞ୍ଚଳ ଆରଡିସିଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଗତକାଲି କୌଣସି ନିଷ୍କର୍ସ ବାହାରି ପାରି ନ ଥିବା ବେଳେ ଆଜି ଚାଉଳିଆଗଞ୍ଜ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଫଳରେ ଆଜି ସକାଳୁ ଚାଉଳିଆଗଞ୍ଜର ସମସ୍ତ ଦୋକାନ, ବଜାର ବନ୍ଦ ରହିଛି। ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲଙ୍କ […]

strike

Niharika Rout
  • Published: Friday, 29 January 2021
  • , Updated: 29 January 2021, 09:40 AM IST

କଟକ(ଓଡ଼ିଶା ରିପୋର୍ଟର): କଟକ ଓଏମ୍‌ପି ଛକସ୍ଥିତ ପୁଲିସ୍‌ କଲୋନୀକୁ ଖାଲି କରି ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ନେଇ ଚାଲିଥିବା ବିବାଦର ସମାଧାନ ହୋଇପାରୁନି। କେନ୍ଦ୍ରାଞ୍ଚଳ ଆରଡିସିଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଗତକାଲି କୌଣସି ନିଷ୍କର୍ସ ବାହାରି ପାରି ନ ଥିବା ବେଳେ ଆଜି ଚାଉଳିଆଗଞ୍ଜ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଫଳରେ ଆଜି ସକାଳୁ ଚାଉଳିଆଗଞ୍ଜର ସମସ୍ତ ଦୋକାନ, ବଜାର ବନ୍ଦ ରହିଛି।

ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। କିନ୍ତୁ କୌଣସି ସମାଧାନର ରାସ୍ତା ବାହାରି ନ ଥିଲା । ଫଳରେ ଆଜି ଚାଉଳିଆଗଞ୍ଜ ବନ୍ଦ ପାଳନ କରାଯାଉଛି ।

ଏସସିବି ମେଡିକାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ରାସ୍ତାର ସମ୍ପ୍ରସାରଣ ହେଉଥିବାରୁ ମାଲଗୋଦାମ ଓ ଛତ୍ରବଜାରରେ ରହିଥିବା ବସ୍ତି ଉଚ୍ଛେଦ ହେବ ।  ଓଏମପି ଛକରେ ରହିଥିବା ପୁଲିସ୍‌ କଲୋନୀକୁ ଖାଲି କରି ସେଠାରେ ଏହି ବସ୍ତି ବାସିନ୍ଦାଙ୍କୁ  ଥଇଥାନ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ । ଚାଉଳିଆଗଞ୍ଚ ଅଞ୍ଚଳ ବାସିନ୍ଦା ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ବନ୍ଦ ପାଳନ କରୁଛନ୍ତି

Related story