‘ବୁଲ୍‌ବୁଲ୍‌’ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ୬ଟି ଜିଲ୍ଲାର ପ୍ରାୟ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ୧୫ ଲକ୍ଷ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ସଂଯୋଗ ପୁନଃସ୍ଥାପନ ହୋଇଛି । ବାକି ୧ ଲକ୍ଷ ଉପଭୋକ୍ତାଙ୍କୁ ମଙ୍ଗଳବାର ସଂଧ୍ୟା ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ‘ବୁଲ୍‌ବୁଲ୍‌’ ପ୍ରଭାବିତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର  ମୟୂରଭଂଜ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ଶାସନ […]

bbsr-1-1

Niharika Rout
  • Published: Monday, 11 November 2019
  • , Updated: 11 November 2019, 08:23 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ୬ଟି ଜିଲ୍ଲାର ପ୍ରାୟ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ୧୫ ଲକ୍ଷ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ସଂଯୋଗ ପୁନଃସ୍ଥାପନ ହୋଇଛି । ବାକି ୧ ଲକ୍ଷ ଉପଭୋକ୍ତାଙ୍କୁ ମଙ୍ଗଳବାର ସଂଧ୍ୟା ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

‘ବୁଲ୍‌ବୁଲ୍‌’ ପ୍ରଭାବିତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର  ମୟୂରଭଂଜ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂରେ ବାତ୍ୟାଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ପ୍ରଭାବିତ ଅଞ୍ଚଳକୁ ଅଧିକ ଟିମ୍‌ ପଠାଯାଇଥିବା ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି । ସେହିପରି ୪୬ଟି ବ୍ଲକ ଓ ୧୨ଟି ସହରାଞ୍ଚଳରେ ରାସ୍ତାଘାଟ ସଫା କରାଯାଇଛି । ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କୌଣସି ଅସୁବିଧା ଦେଖା ଦେଇ ନ ଥିବା ଜଣାପଡ଼ିଛି ।

Related story