ପରୀ ପରିବାରକୁ ଭେଟିବେ କଂଗ୍ରେସ ପ୍ରଭାରୀ ଚେଲାକୁମାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ର ୫ ବର୍ଷୀୟା ଝିଅ ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ. ଚେଲାକୁମାର ଆସନ୍ତା ୫ ତାରିଖରେ ପରୀର ପରିବାରବର୍ଗଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ପରୀକୁ ନ୍ୟାୟ ଦେବା ଦାବିରେ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି ସହ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରାଯାଉଥିବାବେଳେ କଂଗ୍ରେସ ପ୍ରଭାରୀ ଚେଲାକୁମାରଙ୍କ ଗସ୍ତ ରାଜନୀତିକୁ ଆହୁରି ସରଗରମ କରିବାର […]

congress

Manoranjan Sial
  • Published: Wednesday, 02 December 2020
  • , Updated: 02 December 2020, 10:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ର ୫ ବର୍ଷୀୟା ଝିଅ ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ. ଚେଲାକୁମାର ଆସନ୍ତା ୫ ତାରିଖରେ ପରୀର ପରିବାରବର୍ଗଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ପରୀକୁ ନ୍ୟାୟ ଦେବା ଦାବିରେ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି ସହ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରାଯାଉଥିବାବେଳେ କଂଗ୍ରେସ ପ୍ରଭାରୀ ଚେଲାକୁମାରଙ୍କ ଗସ୍ତ ରାଜନୀତିକୁ ଆହୁରି ସରଗରମ କରିବାର ଆଶଙ୍କା ହେଉଛି।

ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ପ୍ରଭାରୀ ସାଂସଦ ଚେଲାକୁମାର ଆସନ୍ତା ୪ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ୪ତାରିଖ ପୂର୍ବାହ୍ନ ୧୧ଟାରେ କଂଗ୍ରେସ ଭବନରେ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବେ। ସେହିଦିନ ୪ଟାରେ କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୫ତାରିଖରେ ନୟାଗଡ଼ ଗସ୍ତ କରି ମୃତ ପରୀର ପରିବାରକୁ ଭେଟିବେ। ନୟାଗଡ଼ରୁ ଫେରି ଅପରାହ୍ନ ୩ଟାରେ ଭୁବନେଶ୍ୱରରେ ପିସିସି ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନଙ୍କର ଏକ ବୈଠକରେ ଯୋଗ ଦେବେ ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ବିଜେପି ବିଧାୟକଙ୍କର ଏକ ପ୍ରତିନିଧି ମଣ୍ଡଳୀ ଗତ ଦୁଇଦିନ ତଳେ ପରୀର ପରିବାର ସଦସ୍ୟଙ୍କୁ ଭେଟିଛନ୍ତି।

Related story