ଛାତ୍ର ମୃତ୍ୟୁକୁ ନେଇ ନୟାଗଡ଼-ଶରଣକୁଳ ରାସ୍ତା ଅବରୋଧ

ନୟାଗଡ଼: ଘରୋଇ କଲେଜର ଏକ ବସ୍‌ ଚଢ଼ିଯାଇ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ନୟାଗଡ଼ରେ ଉତ୍ତେଜନା ଦେଖା ଦେଇଛି। ମୃତ ଛାତ୍ର ଜଣଙ୍କ ହେଲେ ବୌଦ୍ଧ ଅଞ୍ଚଳର ଅଭିଷେକ ଯୋଶୀ। କଲେଜ୍‌ ବସ୍ ଚଢ଼ୁଥିବା ବେଳେ ଅଭିଷେକଙ୍କ ଉପରେ ଗାଡିର ପଛ ଚକ ଚଢ଼ିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଜଣାପଡିବା ପରେ କଲେଜରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଛାତ୍ରମାନେ କଲେଜ […]

nayaghrh

Rakesh Mallick
  • Published: Wednesday, 23 March 2016
  • , Updated: 23 March 2016, 12:02 PM IST

ନୟାଗଡ଼: ଘରୋଇ କଲେଜର ଏକ ବସ୍‌ ଚଢ଼ିଯାଇ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ନୟାଗଡ଼ରେ ଉତ୍ତେଜନା ଦେଖା ଦେଇଛି। ମୃତ ଛାତ୍ର ଜଣଙ୍କ ହେଲେ ବୌଦ୍ଧ ଅଞ୍ଚଳର ଅଭିଷେକ ଯୋଶୀ। କଲେଜ୍‌ ବସ୍ ଚଢ଼ୁଥିବା ବେଳେ ଅଭିଷେକଙ୍କ ଉପରେ ଗାଡିର ପଛ ଚକ ଚଢ଼ିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ଜଣାପଡିବା ପରେ କଲେଜରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଛାତ୍ରମାନେ କଲେଜ ସମ୍ମୁଖରେ ନୟାଗଡ଼-ଶରଣକୁଳ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ବସ୍‌ରେ ଥିବା ଅନ୍ୟ ଛାତ୍ରମାନେ କହିଛନ୍ତି, ହଷ୍ଟେଲ ଯିବାକୁ ବସ୍‌ ଚଢିବା ବେଳେ ଏହି ଅଘଟଣ ଘଟିଛି। ସମସ୍ତେ ବସ୍‌ରେ ଚଢି ସାରିଥିବା ବେଳେ ଅଭିଷେକ ଏକା ତଳେ ଥିଲା। ସେ ଚଢୁଥିବା ବେଳେ ଡ୍ରାଇଭର ବସ୍‌ ଛାଡି ଦେଇଥିଲା।

ନୟାଗଡ଼ ଟାଉନ ଥାନା ଆଇଆଇସି ନାରାୟଣ ବାରିକ କହିଛନ୍ତି, “ଛାତ୍ର ଜଣଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତା’ର ମୃତ୍ୟୁ ଘଟିଥିଲା। ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏପରି ଘଟଣା ଘଟିଛି।”

Related story