ଓଡ଼ିଶାର ମାଛ ଉପରେ ଆଖି ପକାଇଲାଣି ଛତିଶଗଡ଼
- Published: Monday, 04 June 2018
- , Updated: 04 June 2018, 10:29 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପାଣି ପରେ ଏବେ ଓଡ଼ିଶାର ମାଛ ଉପରେ ଛତିଶଗଡ଼ି ମାଫିଆ ଓ ମତ୍ସ୍ୟଜୀବୀଙ୍କ ନଜର ପଡିଛି। ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଏକାଧିକ ବ୍ୟାରେଜ୍ ନିର୍ମାଣ କାରଣରୁ ଓଡ଼ିଶାର ପ୍ରବେଶ ପଥରୁ ମହାନଦୀ ଶୁଖିଗଲାଣି। ଏହି କାରଣରୁ ତଳମୁଣ୍ଡରେ ଥିବା ଛତିଶଗଡ଼ି ମତ୍ସ୍ୟଜୀବୀ ବି ନିଜ ଇଲାକାରୁ ଜୀବିକା ହରାଇ ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣିରେ ଅବାଧରେ ମାଛ ମାରୁଛନ୍ତି। ଫଳରେ ସଂକଟରେ ଓଡ଼ିଶାର ମତ୍ସ୍ୟଜୀବୀ।</p>
<p>ଝାରସୁଗୁଡ଼ା ଲଖନପୁର ବ୍ଲକ୍ ଅଧୀନରେ ଆସୁଥିବା ହୀରାକୁଦ ଜଳଭଣ୍ଡାରରେ ପାଣି ନାହିଁ। ଶୁଖିଯାଇଛି ମହାନଦୀ। ହେଲେ ଏଠି ଥିବା ଅଳ୍ପ ପାଣିରେ ବି ଛତିଶଗଡ଼ୀ ମତ୍ସ୍ୟଜୀବୀ ହାକିମାତି ଜାହିର କରୁଛନ୍ତି । ଦଳବଦ୍ଧ ହୋଇ ଚାଲିଛି ମାଛମରା। ଏମିତିକି ଧୁଳୁଙ୍ଗି ଜାଲରେ ମାଛ ମାରିବା ଉପରେ କଟକଣା ଥିବା ସତ୍ତ୍ୱେ ଦୁଇ ତିନି କିଲୋମିଟର ଦୂରତା ବିଶିଷ୍ଟ ଏଇ ଜାଲ ସାହାଯ୍ୟରେ ଦିନରାତି ଚାଲିଛି ମାଛମରା । ନଦୀ ଶଯ୍ୟାରେ ତମ୍ବୁ ଟାଣି ରହୁଛନ୍ତି ଛତିଶଗଡି ମତ୍ସଜୀବୀ। ସକାଳୁ ସଂଜ ମାଛ ମାରୁଛନ୍ତି। ଚାରି ଚକିଆ ଗାଡ଼ିରେ ଛତିଶଗଡ଼କୁ ମାଛ ଚାଲାଣ ବି ହେଉଛି।</p>
<p>ଏଣେ କଲମା ବ୍ୟାରେଜ୍ ତଳ ମୁଣ୍ଡ ଶୁଖିଲା ପଡ଼ିଥିବାରୁ ପେଟପାଟଣା ପାଇଁ ସେଠାକାର ମତ୍ସ୍ୟଜୀବୀ ଓ ମାଛ ମାଫିଆ ଓଡ଼ିଶା ମୁହାଁ। ଆଉ ଦୁର୍ଦ୍ଦଶାରେ ଲଖନପୁର ବ୍ଲକ୍‌ର ରେମତା, ଧୁଲୁଣ୍ଡା, ଚାଣ୍ଟିପାଲି ଭଳି ୫ଟି ପଞ୍ଚାୟତର ହଜାର ହଜାର ମତ୍ସ୍ୟଜୀବୀ</p>
<p>ସେପଟେ ଜିଲ୍ଲା ପ୍ରଶାସନର କହିବା କଥା, ଛତିଶଗଡ଼ୀ ମତ୍ସ୍ୟଜୀବୀଙ୍କ ବେଆଇନ୍ ମାଛ ମରା ଘଟଣା ଏବେ ନଜରକୁ ଆସିଲା। କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି।</p>