ଛତିଶଗଡ଼ କ୍ୟାଡର ମହିଳା ମାଓବାଦୀକୁ ଗିରଫ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର: ଛତିଶଗଡ କ୍ୟାଡର ଜଣେ ମହିଳା ମାଓବାଦୀକୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ତା’ ନାଁ ନିର୍ମଳା। ନିର୍ମଳାକୁ ଗିରଫ କରାଯିବା ପରେ ତାର ଜଣେ ସହଯୋଗୀ ଗିରଫଦାରୀ ଭୟରେ ଆତ୍ମହତ୍ୟା କରିଛି ବୋଲି ସୂଚନା ଦେଇଛନ୍ତି  ବାଲାଙ୍ଗୀର ଏସପି ଡକ୍ଟର ଦୀପକ କୁମାର। ତା ନାଁ ଗୌତମ ବାଗ।

mao

Rakesh Mallick
  • Published: Saturday, 11 July 2015
  • , Updated: 11 July 2015, 07:56 AM IST

ବଲାଙ୍ଗୀର: ଛତିଶଗଡ କ୍ୟାଡର ଜଣେ ମହିଳା ମାଓବାଦୀକୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ତା’ ନାଁ ନିର୍ମଳା। ନିର୍ମଳାକୁ ଗିରଫ କରାଯିବା ପରେ ତାର ଜଣେ ସହଯୋଗୀ ଗିରଫଦାରୀ ଭୟରେ ଆତ୍ମହତ୍ୟା କରିଛି ବୋଲି ସୂଚନା ଦେଇଛନ୍ତି  ବାଲାଙ୍ଗୀର ଏସପି ଡକ୍ଟର ଦୀପକ କୁମାର। ତା ନାଁ ଗୌତମ ବାଗ।

ବଲାଙ୍ଗୀର ଏସପି କହିଛନ୍ତି, ନିର୍ମଳା ଚିକିତ୍ସିତ ହେବା ପାଇଁ ବିଶାଖାପାଟଣା  ଯାଉଥିଲା। ବିଶେଷ ସୂତ୍ରରୁ ସୂଚନା ପାଇ ତାକୁ ଗିରଫ କରାଯାଇଥିଲା। ଗୌତମ ବାଗ ନାମକ ଜଣେ ବ୍ୟକ୍ତି ତାକୁ ବିଶାଖାପାଟଣା ନେଇ ଯାଉଥିଲା। ତା’ଘର କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଜୁରାବନ୍ଧ ଗାଁରେ। ତାକୁ ମଧ୍ୟ ପଚରାଉଚରା କରାଯାଇଥିଲା। ତା’ପରେ ତା’ ଘରେ ଚଢଉ କରାଯାଇଥିଲା। ଚଢଉ ବେଳେ ଗୌତମର ଘରୁ  ମାଓବାଦୀ ବ୍ୟବହାର କରୁଥିବା ଏକ ପିସ୍ତଲ୍ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ତେବେ ଗିରଫଦାରୀ ଭୟରେ ଗୌତମ କଣ୍ଟାବାଞ୍ଜି ପୋଲିସ୍ ବ୍ୟାରାକରେ ଆତ୍ମହତ୍ୟା କରିଛି।

ଗିରଫ ମାଓବାଦୀ ନିର୍ମଳା ବଲାଙ୍ଗୀର ଜିଲ୍ଳାରେ ଘଟିଥିବା ଶଶୀ ଭୋଇ, ରାଜ କିଶୋର ପଣ୍ଡା, କୃଷ୍ଣ ପୁଞ୍ଜୀ ଓ ମୂରଲୀ ମେହେର ହତ୍ୟାକାଣ୍ଡ ସମେତ ଜାମକି ମଦଭାଟି ପୋଡି ଘଟଣା ଓ ଅନ୍ୟାନ୍ୟ ମାଓ ଗତିବିଧିରେ ସଂପୃକ୍ତି ଥିବା ଏସପି କହିଛନ୍ତି । ଆଜି ନିର୍ମଳାକୁ କୋର୍ଟ ଚାଲାଣ କରାଯାଇଛି।

Related story